ବିରୋଧର ନିଆଁରେ ତରଳିଲା କେନ୍ଦ୍ର, ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ
ଭୁବନେଶ୍ୱର : ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପି ଜୋରଦାର ପ୍ରତିବାଦ ଲାଗିରହିଛି । ଏହାକୁ ପ୍ରଶମିତ କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଅର୍ଦ୍ଧସାମରିକ ବଳରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ଅଗ୍ନିବୀର ଭାବେ ୪ ବର୍ଷ କାର୍ୟ୍ୟକାଳ ଶେଷ ପରେ ନିଯୁକ୍ତି ମିଳିବ । ସିଏପିଏଫ ଓ ଆସାମ ରାଇଫଲ୍ସରେ ୧୦ % ସଂରକ୍ଷଣ ରହିବ । ବୟସ ସୀମା ୩ ବର୍ଷ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହାସହ ଅଗ୍ନୀପଥରେ ସାମିଲ ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ବୟସ ସୀମାକୁ ମଧ୍ୟ ଅଧିକ ୫ ବର୍ଷ କୋହଳ କରାଯାଇଛି ।
MHA decides to reserve 10% vacancies for recruitment in CAPFs & Assam Rifles for Agniveers, 3 yrs age relaxation beyond upper age limit to Agniveers for recruitment in the two forces. For the 1st batch of Agniveer, age relaxation will be for 5 yrs beyond upper age limit: HMO pic.twitter.com/2VJpCxkFnk
— ANI (@ANI) June 18, 2022
ସୂଚନା ଯେ, ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିବାଦ ବଢିବା ପରେ ସଂରକ୍ଷଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଷ୍ପତ୍ତି ନିଆଯାଇଛି ।