ବିଶ୍ୱରେ ଆଉ ୬ଲକ୍ଷ ୪୨ହଜାର ୧୭୩ ସଂକ୍ରମିତ ଓ ୯ହଜାର ୮୮୯ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୪୨ହଜାର ୧୭୩ ଜଣ ସଂକ୍ରମିତ ହୋଇଥିବାବେଳେ ୯ହଜାର ୮୮୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ସୋମବାର ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫କୋଟି ୮୯ଲକ୍ଷ ୫୨ହଜାର ୭୮୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩ଲକ୍ଷ ୬ହଜାର ୨୨୩ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୩କୋଟି ୭୩ଲକ୍ଷ ୭୮ହଜାର ୪୭୭ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୨ଲକ୍ଷ ୬୮ହଜାର ୮୩ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୪ଲକ୍ଷ ୭୬ହଜାର ୭୮୧ ସଂକ୍ରମିତ ଓ ୫ଲକ୍ଷ ୯୫ହଜାର ୮୧୨ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୧ଲକ୍ଷ ୮୪ ହଜାର ୭୯୦ସଂକ୍ରମିତ ଓ ୪ଲକ୍ଷ ୨୨ହଜାର ୪୧୮ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୭୭ ହଜାର ୮୭ ସଂକ୍ରମିତ ଓ ୧ ଲକ୍ଷ ୬ ହଜାର ୩୯୨ ମୃତ, ତୁର୍କୀରେ ୫୦ ଲକ୍ଷ ୩୧ ହଜାର ୩୩୨ ସଂକ୍ରମିତ ଓ ୪୩ ହଜାର ୨୯, ଋଷିଆରେ ୪୮ ଲକ୍ଷ ୮୦ ହଜାର ୨୬୨ ସଂକ୍ରମିତ ଓ ୧ଲକ୍ଷ ୧୩ ହଜାର ୩୨୬ଜଣ ମୃତ, ୟୁକେରେ ୪୪ ଲକ୍ଷ ୩୪ ହଜାର ୮୬୦ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୦୫ ମୃତ, ଇଟାଲିରେ ୪୧ ଲକ୍ଷ ୧୧ ହଜାର ୨୧୦ ସଂକ୍ରମିତ ଓ ୧ଲକ୍ଷ ୨୨ ହଜାର ୮୩୩ମୃତ, ସ୍ପେନରେ ୩୫ ଲକ୍ଷ ୬୭ ହଜାର ୪୦୮ ସଂକ୍ରମିତ ଓ ୭୮ ହଜାର ୭୯୨ ମୃତ, ଜର୍ମାନୀରେ ୩୫ ଲକ୍ଷ ୨୭ ହଜାର ୫୪୦ ସଂକ୍ରମିତ ଓ ୮୫ ହଜାର ୩୭୧ମୃତ, ଆର୍ଜେଣ୍ଟିନାରେ ୩୧ ଲକ୍ଷ ୪୭ ହଜାର ୭୪୦ ସଂକ୍ରମିତ ଓ ୬୭ ହଜାର ୩୨୫ ମୃତ ରହିଛନ୍ତି ।