ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ, ଘୋଷଣା କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ହେଲା ତାରିଖ ଘୋଷଣା । ତାରିଖ ଘୋଷଣା କରିଲେ ନିର୍ବାଚନ କମିଶନ । ଆସନ୍ତା ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଶେଷ ହେଉଛି । ରାମନାଥ କୋବିନ୍ଦଙ୍କ ଦେଶର ୧୪ତମ ରାଷ୍ଟ୍ରପତି ଭାବରେ ଜୁଲାଇ ୧୭ , ୨୦୧୭ରେ ନିର୍ବାଚିତ ହୋଇଥିଲେ । ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ନେବେ । ତେଣୁ ପରବର୍ତ୍ତୀ ତଥା ଦେଶର ପଞ୍ଚଦଶ ରାଷ୍ଟ୍ରପତି କିଏ ହେବେ ସେନେଇ ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି । ୧୮ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ।
ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ୧୫ ତାରିଖରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ । ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ୨୯ ଜୁଲାଇ । ୩୦ ତାରିଖରେ ହେବ ନାମାଙ୍କନପତ୍ର ଯାଞ୍ଚ । ଜୁଲାଇ ୨ରେ ନାମାଙ୍କନ ପ୍ରତ୍ୟାହାର । ନିର୍ବାଚନ ସମୟରେ କୋଭିଡ ନିୟମ ପାଳନ ହେବ । ୨୧ ଜୁଲାଇରେ ହେବ ଫଳାଫଳ ଘୋଷଣା । ୫୦ ଜଣ ସାଂସଦ ରହିବେ ପ୍ରସ୍ତାବକ । ଜିତିବା ଲାଗି ଭୋଟ ମୂଲ୍ୟ ୫,୪୯, ୪୫୨ ରହିଛି । ସିକ୍ରେଟ ବେଲେଟରେ ହେବ ଭୋଟ ।ନୂଆଦିଲ୍ଲୀରେ ହେବ ଭୋଟ ଗଣନା । ସଂସଦ ଭବନରେ ଭୋଟ ଦେବେ ସାଂସଦ , ବିଧାନସଭାରେ ଭୋଟ ଦେବେ ବିଧାୟକ ।