ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମୋଟ ୧୭.୫୬ କୋଟି କରୋନା ଟିକା ପଠାଇଛନ୍ତି କେନ୍ଦ୍ରସରକାର
- ୭୨ ଲକ୍ଷ ଡୋଜ ରାଜ୍ୟ ପାଖରେ ମହଜୁଦ ଅଛି, ଆସନ୍ତା ୩ ଦିନ ଭିତରେ ପଠାଯିବ ୪୬ ଲକ୍ଷ ଡୋଜ
ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିବା ଅନୁସାରେ ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ମୋଟ ୧୭.୫୬ କୋଟି ଡୋଜ ପଠାଇଛନ୍ତି । ଏଥିରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଗୁଡ଼ିକ ୧୬.୮୩ କୋଟି ଟୀକା ର ଡୋଜ ଲଗାଇଛନ୍ତି । ବାକୀ ୭୨ ଲକ୍ଷ ଡୋଜ ଏବେ ସୁଦ୍ଧା ରାଜ୍ୟ ପାଖରେ ମହଜୁଦ ଅଛି ।
ସରକାରଙ୍କ କହିବା ଅନୁସାରେ ୪୬.୬୧ ଲକ୍ଷ ଟୀକା ର ଡୋଜ ଆସନ୍ତା ୩ ଦିନରେ ରାଜ୍ୟକୁ ମିଳିବ । ଦେଶରେ ଟୀକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଯେଉଁଥିରେ ୧୮ ବର୍ଷରୁ ୪୪ ବର୍ଷ ଲୋକମାନେ ଟୀକା ନେଉଛନ୍ତି । ଏଥିପାଇଁ ଲୋକମାନଙ୍କୁ କୋବିନ ଆପ ଅବା ଆରୋଗ୍ୟ ଆପରେ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ ପ୍ରକ୍ରିୟା ୨୮ ଏପ୍ରିଲରୁ ଆରମ୍ଭ ହୋଇଛି ।