ଭୁବନେଶ୍ୱର : ୧୦୮୪ ପଜିଟିଭ୍, ୯୦୬ ସୁସ୍ଥ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କରୋନାର ହଜାରେ ଟ୍ରେଣ୍ଡ ଜାରି ରହିଛି । ରବିବାର ଦିନ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଆଉ ୧୦୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୬୧୪ କୁ ବୃଦ୍ଧି ପାଇଛି । ଆଜି ୨୧୩ ଜଣ କ୍ୱାରେଂଟାଇନ୍ ମାମଲା ରହିଥିବା ବେଳେ ୮୭୧ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୯୦୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ୮୭୧ ଲୋକାଲ୍ କେସ ଭିତରୁ ସର୍ବାଧିକ ନୟାପଲ୍ଲୀରୁ ୫୩ ଜଣ , ପଟିଆରୁ ୫୨ ଜଣ ରହିଥିବା ବେଳେ ଖଣ୍ଡଗିରିରୁ ୪୪ ଜଣ, ଓଲ୍ଡଟାଉନ୍ ରୁ ୪୧ ଜଣ ,ରସୁଲଗଡରୁ ୪୦, ଡୁମଡୁମାରୁ ୩୩ , ବରମୁଣ୍ଡାରୁ ୩୨ , ଝାରପଡାରୁ ୩୧ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଓଲ୍ଡ ଟାଉନ୍ ଓ ନୟାପଲ୍ଲୀରୁ ୧୬ ଲେଖାଏଁ ,ଶୈଳଶ୍ରୀବିହାରରୁ ୧୩, ବଡଗଡରୁ ୧୦, ଖଣ୍ଡଗିରିରୁ ୯ ଜଣ ଲେଖାଏଁ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୫୩୦ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୪୨୧୫୫ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୦୦୭୫ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୭୯ ରହିଛି ।