ଅଟୋ ଉପରେ ଚଢ଼ିଗଲା ଟାଙ୍କର : ୩ ମୃତ, ୪ ଗୁରୁତର
କୁଚିଣ୍ଡା : ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ ତବଲାକଟା /ବକ୍ସମା ଛକ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ରେ ତିନିଜଣ ଘଟଣା ସ୍ଥଳ ରେ ମୃତ୍ୟୁ ଘଟି ଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇ କୁଚିଣ୍ଡା ସରକାରୀ ହସ୍ପିଟାଲ କୁ ନିଆଯାଇଛି। ସୂଚନା ଅନୁଯାୟୀ ଚାରି ଜଣ ଆହତ ଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ତାଙ୍କୁ ବୁର୍ଲା କୁ ସ୍ଥାନାନ୍ତର କରା ଯାଇଛି।ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ।, ଘଟଣା ସ୍ଥଳ ରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। କୁଚିଣ୍ଡା ପଟୁ ଯାଉଥିବା ତେଲ ଟେଙ୍କର ସାମ୍ନା ପଟୁ ଯାତ୍ରୀ ବାହି ଟେମ୍ପୋ ଆସୁ ଥିବା ସମୟରେ ଦୁର୍ଘଟଣା ଟି ଘଟି ଥିବା ସୂଚନା ମିଳିଛି।