ରାଜ୍ୟରେ ସୁସ୍ଥ ହେଲେ ଆଉ ୮୫୪୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ରବିବାର ଆଉ ୮୫୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୪୭୮୬୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦେଇଛି।
ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୮୩ ଥିବାବେଳେ ସୁନ୍ଦରଗଡରୁ ୭୪୫ ଏବଂ କଟକରୁ ୫୮୦, ପୁରୀରୁ ୫୩୦, ଝାରସୁଗୁଡାରୁ ୪୩୯, ବରଗଡରୁ ୪୩୮, ସମ୍ବଲପୁରରୁ ୪୧୪, ନବରଙ୍ଗପୁରରୁ ୩୯୯, ଅନୁଗୋଳରୁ ୩୪୮, ଯାଜପୁରରୁ ୩୩୪, ନୂଆପଡାରୁ ୨୬୬, ମୟୂରଭଞ୍ଜରୁ ୨୪୭, ଗଞ୍ଜାମରୁ ୨୬୬, କଳାହାଣ୍ଡିରୁ ୧୯୩, ନୟାଗଡରୁ ୧୮୯, କେନ୍ଦୁଝରରୁ ୧୬୧, ବଲାଙ୍ଗୀରରୁ ୧୫୯, ରାୟଗଡରୁ ୧୫୬, ବାଲେଶ୍ଵରରୁ ୧୫୪, ଜଗତସିଂହପୁରରୁ ୧୩୦, ଗଜପତିରୁ ୧୨୦, ସୋନପୁରରୁ ୧୦୩, ଦେବଗଡରୁ ୯୭, ଭଦ୍ରକରୁ ୯୦, କୋରାପୁଟରୁ ୮୮, ବୌଦ୍ଧରୁ ୭୨, କେନ୍ଦ୍ରାପଡାରୁ ୭୦, କନ୍ଧମାଳରୁ ୫୧, ମାଲକାନଗିରିରୁ ୫୧ ଓ ଢେଙ୍କାନାଳରୁ ୩୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।