ସକାଳୁ ଉଠି କାହା ମୁହଁ ଚାହିଁବା ଶୁଭ ଓ ଉଠିବା ପରେ କେଉଁ କାମ କଲେ ମା’ ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ ?
ପ୍ରତେକ ବ୍ୟକ୍ତି ଜୀବନରେ ଧନବାନ ହେବା ପାଇଁ ପରିଶ୍ରମ କରିଥାନ୍ତି । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଏତେ ସହଜ କଥା ନୁହେଁ । ଚଳ ଲକ୍ଷ୍ମୀ ହେଉଛନ୍ତି ଯିଏ ସର୍ବଦା ରହିଥାନ୍ତି । କିନ୍ତୁ ଅଚଳ ଲକ୍ଷ୍ମୀ ହେଉଛନ୍ତି ଗୋଟେ ସ୍ଥାନରେ ଟଙ୍କା ଜମା ରଖିବା । ମା ଲକ୍ଷ୍ମୀ ପ୍ରସନ୍ନ ହେଲେ ଯେମିତି ସବୁ କିଛି ମିଳିଥାଏ ଠିକ ସେମିତି ମା ଲକ୍ଷ୍ମୀ ଅପ୍ରସନ୍ନ ହେଲେ ମାନ, ସମାନ, ଧନ ହାନି ହୋଇଥାଏ । ଯଦି ସନ୍ତାନ ସୁଖ ମିଳିଥାଏ ତେବେ ତାଙ୍କର କିଛି ନା କିଛି କ୍ଷତି ହୋଇଥାଏ । ତେଣୁ ସର୍ବଦା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନିହାତି ଜରୁରୀ ଅଟେ ।
ଏଥିପାଇଁ ସକାଳୁ କିଛି ଏମିତି କାମ କରିବା ଉଚିତ ଯାହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ରହିଥାଏ । ତେଣୁ ସକାଳୁ ବ୍ରଂହ ମୂହୁର୍ତ୍ତରୁ ଶଯ୍ୟା ତ୍ୟାଗ କରିବା ଉଚିତ । ସକାଳ ୩ଟା ରୁ ୪ଟା ମଧ୍ୟରେ ଶଯ୍ୟା ତ୍ୟାଗ କରିବା ଉଚିତ । ଏହା ପରେ ଆପଣ ନିଜର ହାତର ପାପୁଲିକୁ ଭଲ ଭାବେ ଘଷି ଦିଅନ୍ତୁ । ସକାଳୁ ଉଠିବା ପରେ ହାତର ପାପୁଲି ଦର୍ଶନ କରିଲେ ଦିନ ବହୁତ ଭଲ ରହିଥାଏ । ଏହା ସହ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଏହା ସହ ବେଦଜ୍ଞ ପୂଜକ ବା ଅନୁଜଙ୍କୁ ସକାଳୁ ଉଠି ଦର୍ଶନ କରିବା ଦ୍ଵାରା ଦିନ ଶୁଭ ହୋଇଥାଏ ।
ଏହା ସହ ଯେଉଁ ନାରୀ କଳହି ହୋଇ ନ ଥିବା ତେବେ ତାଙ୍କର ଦର୍ଶନ କରିବା ଉଚିତ । ଏହା ବ୍ଯତୀତ ଜଳୁଥିବା ଦୀପର ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।କିନ୍ତୁ ତା ପୂର୍ବରୁ ହସ୍ତ ଦର୍ଶନ କରିବା ଉଚିତ । କାରଣ ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ, ମଧ୍ୟ ଭାଗରେ ମା ସରସ୍ଵତୀ ଓ କର ମୂଳରେ ଗୋବିନ୍ଦ ବାସ କରିଥାନ୍ତି । ନିଜର ଦୁଇ ହାତକୁ ଘଷି ଦେବା ପରେ କରାଗ୍ରେ ବସତି ଲକ୍ଷ୍ମୀ, କର ମଧେ ସରସ୍ଵତୀ, କର ମୂଳେ ତୁ ଗୋବିନ୍ଦ କର ଦର୍ଶନମ ମନ୍ତ୍ର ଜପ କରିବା ଉଚିତ ।
ଏହା ପରେ ଶଯ୍ୟା ରୁ ତଳକୁ ଓଲହାଇବା ପୂର୍ବରୁ ଧରିତ୍ରି ମା ଙ୍କୁ କ୍ଷମା ଯାଚନା କରିବା ଉଚିତ । କାରଣ ମାଟି ମା ଆମର ସବୁ ବୋଝ ବହନ କରିଥାନ୍ତି । ମା ଲକ୍ଷ୍ମୀଙ୍କର ଅନ୍ୟ ନାମ ହେଉଛି ମାଟି ମା । ଏହା ପରେ ନିଜର ନାଡି ଚଳ ଚଞ୍ଚଳ କରିବା ଉଚିତ । ମୁହଁ ଧୋଇବା ପରେ ଘରେ ଥିବା ଗୁରୁଜନ ମାନଙ୍କର ପାଦ ଛୁଇଁ ପ୍ରଣାମ କରିବା ଦ୍ଵାରା ଦିନ ଅତ୍ୟନ୍ତ ଶୁଭ ହୋଇଥାଏ । ଆଖି ଧୋଇବା ସମୟରେ ଭଲ ଭାବେ ପାଣି କୁଳି କରିବା ଉଚିତ । ଏହା ଦ୍ଵାରା ଆଖି ଥଣ୍ଡା ହୋଇଥାଏ ।
ଏହା ପରେ ସ୍ନାନ କରିବା ପରେ ଦେବାଦେବୀଙ୍କର ପୂଜା ଆରାଧନା କରିବା ସହ ତାଙ୍କର ମନ୍ତ୍ର ଜପ କରିବା ଉଚିତ । ପାପର ଅନ୍ଧକାରକୁ ଦୂର କରିବା ପାଇଁ ଜଗନ୍ନାଥ ସଂସ୍କୃତିର ଟେକ ରଖିବା ଉଚିତ ।