୪୨୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କଲେ ପଞ୍ଜାବ ସରକାର
ନୂଆଦିଲ୍ଲୀ : ପଞ୍ଜାବରେ ଆପ୍ ସରକାର ହେବା ପରଠୁ ଗୋଟେ ପରେ ଗୋଟେ ବଡ଼ ନିଷ୍ପତି ନେଉଛନ୍ତି । ପଞ୍ଜାବ ସରକାର ଏବେ ୪୨୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଛନ୍ତି । ଡେରାମୁକିଙ୍କ ସମେତ ଅନେକ ଅବସରପ୍ରାପ୍ତ ଅଧିକାରୀ ଏବଂ ପୂର୍ବତନ ବିଧାୟକମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଯେଉଁମାନଙ୍କ ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଛି ସେମାନଙ୍କ ମଧ୍ୟରେ ଅକଲ ତାଖତ ଜାଥେଦର ଜିଆନି ହରପ୍ରୀତ ସିଂ, ଗାୟକ ସିଦ୍ଧୁ ମୁସେୱାଲା, ବରିଷ୍ଠ ନେତା ଚରଣ ଜିତ ସିଂ ଧିଲନ୍ ଅଛନ୍ତି ।
କୁହାଯାଉଛି ଯେ ସୁରକ୍ଷା ପ୍ରତ୍ୟାହାର କରିବା ପୂର୍ବରୁ ସରକାର ଏକ ସମୀକ୍ଷା ବୈଠକ କରିଥିଲେ, ଯେଉଁଥିରେ ୪୨୪ ଜଣଙ୍କୁ ସୁରକ୍ଷା ଦରକାର କି ନାହିଁ ସେନେଇ ଆଲୋଚନା କରାଯାଇଥିଲା, ଯାହା ପରେ ରାଜ୍ୟ ସରକାର ସୁରକ୍ଷା ନିବୃତ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବରେ ପୋଲିସକର୍ମୀଙ୍କ ସଂଖ୍ୟା କମ୍ ରହିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାର କୁହାଯାଇଛି ।ସେପଟେ କୁହାଯାଇଛି କି ଏହି ଭିଆଇପି ମାନଙ୍କ ସୁରକ୍ଷାରେ ନିୟୋଜିତ ଥିବା ପୋଲିସ କର୍ମୀମାନେ ଆଜି ସେମାନଙ୍କର ବାଟାଲିୟନକୁ ଯାଇ ହାଜିରା ଦେବେ । ଏହା ପୂର୍ବରୁ ବି ଏପ୍ରିଲ ମାସରେ ୧୮୪ ଜଣ ଭିଆଇପିଙ୍କ ଠାରୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେଇଥିଲେ ପଞ୍ଜାବ ସରକାର ।