କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶର ୭ ରାଜ୍ୟର ୧୭ ଷ୍ଟେସନରେ କୋଭିଡ୍ କୋଚ୍ ସ୍ଥାପନ
ନୂଆଦିଲ୍ଲୀ : ଦେଶରେ ଚାଲିଥିବା କରୋନା ସଙ୍କଟ ବିରୋଧୀ ଲଢେଇରେ ସାମିଲ ହେବାକୁ ଆଗେଇ ଆସିଲା ଭାରତୀୟ ରେଳବାଇ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶର ୭ଟି ରାଜ୍ୟର ୧୭ଟି ଷ୍ଟେସନରେ ବିଭିନ୍ନ କୋଚ୍ ନିୟୋଜିତ କରାଯାଇଛି । ରାଜ୍ୟଗୁଡିକର ଚାହିଦା ଅନୁଯାୟୀ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ କୋଚ୍ ପରିବହନ କରିଛି ।
Covid Care Coaches as isolation units are now functional in 17 diverse locations in 7 States across the country#IndianRailways has made available a fleet of more than 4400 isolation coaches with around 70,000 beds#Unite2FightCorona
— PIB India (@PIB_India) May 8, 2021
Read: https://t.co/YmXj1RjfUq pic.twitter.com/Ikw4055JfV
ରେଳ ଷ୍ଟେସନରେ ନିୟୋଜିତ ବିଚ୍ଛିନ୍ନ କୋଚରେ ଡାକ୍ତରଙ୍କ ସୁବିଧା ସମେତ ସମସ୍ତ ସୁବିଧା ପାଇବାକୁ ସମସ୍ତ ପ୍ରୟାସ କରାଯାଇଛି । ସୂଚନା ଅନୁଯାୟୀ, ବର୍ତ୍ତମାନ ୨୯୮ କୋଚ୍ ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରାଯାଇଛି । କରୋନା ରୋଗୀଙ୍କ ପାଇଁ ୪୭୦୦ରୁ ଅଧିକ ବେଡ୍ ରହିଛି । ଏହା ସହ ସ୍ୱାସ୍ଥ୍ୟ ସୁବିଧା ଯତ୍ନ ନେବା ପାଇଁ ନିୟୋଜିତ ହୋଇଛନ୍ତି ଆରପିଏଫ୍ କର୍ମଚାରୀ । ରେଳବାଇ ମହାରାଷ୍ଟ୍ର ରାଜ୍ୟରେ ୬୦ ଟି କୋଚ୍ ନିୟୋଜିତ କରିଛି । ନନ୍ଦୁରବର ବିଭିନ୍ନ ସ୍ଥାନରେ ୧୧୬ କୋଭିଡ ରୋଗୀ ମଧ୍ୟ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏହାସହ ୨୩ ରୋଗୀ ବର୍ତ୍ତମାନ ବିଭିନ୍ନ କୋଚରେ ଅଛନ୍ତି