ଦିଲ୍ଲୀରେ ମେ ୧୭ ପର୍ଯ୍ୟନ୍ତ ‘ଲକ୍ଡାଉନ୍’ ବୃଦ୍ଧି
- ବାତିଲ ହେବ ମେଟ୍ରୋ ସେବା
ନୂଆଦିଲ୍ଲୀ : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସାମ୍ବାଦିକ ସମ୍ମିଳନୀ ଯୋଗେ ଦିଲ୍ଲୀରରେ ତାଲାବନ୍ଦ ବୃଦ୍ଧି ପାଇଁ ଆଜି ଘୋଷଣା କରିଛନ୍ତି। ଦିଲ୍ଲୀରେ ଆସନ୍ତା ସୋମବାର ସକାଳ ୫ଟା ଯାଏଁ ତାଲାବନ୍ଦ ରହିବ। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତାକାଲି ଠାରୁ ମେଟ୍ରୋ ଟ୍ରେନ ଚଳାଚଳକୁ ବନ୍ଦ ରଖାଯିବ। ଦିଲ୍ଲରେ ସଂକ୍ରମଣ ଅଳ୍ପ ପରିମାଣରେ ହ୍ରାସ ପାଇଛି। ସଂକ୍ରମିତଙ୍କ ସଂଖ୍ୟା ୩୫% ରୁ ୨୩% ହୋଇଛି।ଲଗାତାର ୩ୟ ଥର ମୁଖ୍ୟମନ୍ତ୍ରୀ ତାଲାବନ୍ଦ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କାହାରିକୁ ଅନୁମତି ମିଳିବ ନାହିଁ। ମଇ ୧୭ ଯାଏଁ ତାଲାବନ୍ଦ ଜାରି ରହିବ। ଏହି ସମୟରେ ସରକାର ସଂକ୍ରମଣ ମାମଲାକୁ ସମୀକ୍ଷା କରିବେ।’
कोरोना के केस कम तो हुए हैं, लेकिन अभी किसी भी कीमत पर ढिलाई नहीं दी जा सकती।
— Arvind Kejriwal (@ArvindKejriwal) May 9, 2021
दिल्ली सरकार ने लॉकडाउन को एक और हफ्ते के लिए बढ़ाने का निर्णय लिया है। हमारे लोगों की सुरक्षा को ध्यान में रखते हुए यह लॉकडाउन पहले से ज्यादा सख़्त होगा। pic.twitter.com/pFrMfC45uj
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ସରକାର ଅପେକ୍ଷାକୃତ କଠୋର ‘ଲକ୍ଡାଉନ୍’ ଜାରି କରିବା ଲାଗି ସ୍ଥିର କରିଛନ୍ତି। ତେଣୁ, ମେଟ୍ରୋ ସେବା ବାତିଲ ହେବ। ବ୍ୟବସାୟୀ, ମହିଳା ଓ ଯୁବବର୍ଗଙ୍କ ସହ ସବିଶେଷ ଆଲୋଚନା କରିବା ପରେ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ଲକ୍ଡାଉନ୍’ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି।ଗତ ଦୁଇ ତିନି ଦିନ ମଧ୍ୟରେ ଜାତୀୟ ରାଜଧାନୀରେ ‘ପଜିଟିଭିଟି’ ସଂଖ୍ୟା ୩୫%ରୁ ୨୩% ହ୍ରାସ ପାଇଥିଲେ ବି ପରିସ୍ଥିତିକୁ ଆହୁରି ସୁଧାରିବା ସହ ନିୟନ୍ତ୍ରଣ କରାଯିବା ଆବଶ୍ୟକ। ଶନିବାର ସୁଦ୍ଧା ଦିଲ୍ଲୀରେ ୧୭,୩୬୪ ନୂଆ କୋଭିଡ୍-୧୯ ସଂକ୍ରମଣ ଏବଂ ସେ ଜନିତ ୩୩୨ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୬ ଦିନ ଭିତରୁ ଗତ ୨୪ ଘଣ୍ଟା ମଧ୍ୟରେ କ୍ରମାଗତ ୫ମ ଦିନରେ ଜାତୀୟ ରାଜଧାନୀରେ ୨୦ ହଜାରରୁ କମ୍ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।