ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା ଦେଲେ ବର୍ଷା
ଭୁବନେଶ୍ୱର : କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ପୁଣି ଥରେ ଥାନାରେ ହାଜର ହେଲେ ଅଭିନେତ୍ରୀ ତଥା ଅନୁଭବଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦୁଇ ଦିନ ତଳେ ଅନୁଭବ ମହାନ୍ତି ନିଜ ପାରିବାରିକ ବିବାଦକୁ ନେଇ ଏକ ଭିଡିଓ ଜାରି କରି ବିଭିନ୍ନ ପ୍ରସଙ୍ଗକୁ ଉଲ୍ଲେଖ କରିଥିଲେ । ଏହି ଭିଡିଓରେ ସେ ବର୍ଷାଙ୍କୁ ପ୍ରେମ କରିବା ଠାରୁ ବିବାହ ପର୍ୟ୍ୟନ୍ତ ସମସ୍ତ ବିଷୟରେ କହିଥିଲେ। ଏଥି ସହିତ ସେ କାହିଁକି ବର୍ଷାଙ୍କ ଠାରୁ ବିଛେଦ ଚାହୁଁଛନ୍ତି ତାକୁ ମଧ୍ୟ ଉଲ୍ଲେଖ କରିଥିଲେ ।
ତେବେ ଏହି ଘଟଣା ପରେ ବର୍ଷା ଆଜ ଥାନାରେ ପହଞ୍ଚିଛନ୍ତି ବର୍ଷା । ଅନୁଭବ ମହାନ୍ତି ଭିଡିଓ କରି ନାରୀତ୍ୱ ଏବଂ ଚରିତ୍ର ସଂହାର କରୁଥିବା ନେଇ କଟକ ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା। ସେ ସାତ ପୃଷ୍ଠା ସମ୍ବଳିତ ଏଫଆଇଆରକୁ ଥାନାରେ ଦାଖଲ କରିଛନ୍ତି । ଏହି ଏଫଆଇଆରରେ ବର୍ଷା ଅନୁଭବ ମହାନ୍ତିଙ୍କ ବିରୋଧରେ ପୁଣି ସଙ୍ଗୀନ ଆରୋପ ଲଗାଇଛନ୍ତି । ଭିଡିଓ କରି ମୋ ମାନ ସମ୍ନାନ ହାନି କରିବା ସହ ମୋ ନାରୀତ୍ୱକୁ ସେ ଅସମ୍ମାନ କରିଥିବା କହିଛନ୍ତି ।
ଏଥି ସହିତ ମୋ ସ୍ୱାମୀ ମୋ ବିରୋଧରେ ପ୍ରାୟୋଜିତ ଷଡ଼ଯନ୍ତ୍ର କରି ମୋର ମର୍ୟ୍ୟାଦାକୁ କ୍ଷୁର୍ଣ୍ଣ କରିବା ସହ ସମ୍ମାନ ହାନି କରିଥିବା କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତେବେ ବର୍ଷା-ଅନୁଭବଙ୍କ କାହାଣି ପୁଣି ଥରେ ଥାନାରେ ପହଞ୍ଚି ଥିବା ବେଳେ ଏତଲା ପରେ ପୋଲିସର ଆଭିମୁକ୍ଷ କ’ଣ ରହିବ ଓ ଏଫଆଇଆର ପରେ ଅନୁଭବଙ୍କ ଭିଡିଓ ଜାରିରେ ବିରାମ ଲାଗିବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବା ।