ରାମପୁର ପହଞ୍ଚିଲେ ଆଜମ୍ ଖାନ୍, କହିଲେ ମୋତେ ଏନ୍କାଉଣ୍ଟର ଧମକ ଦିଆଯାଉଛି
ରାମପୁର : ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ଙ୍କୁ ଗୁରୁବାର ସୁପ୍ରିମ୍କୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ଶୁକ୍ରବାର ଉତ୍ତରପ୍ରଦେଶର ସୀତାପୁର ଜେଲ୍ରୁ ଖଲାସ କରିଦିଆଯାଇଛି। ଆଜମ୍ ଖାନ ରାମପୁର ପହଞ୍ଚିବା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମୋତେ ଏନ୍କାଉଣ୍ଟର କରିବାକୁ ଧମକ ଦିଆଯାଇଛି। ମୋତେ ସୁପ୍ରିମ୍କୋର୍ଟରୁ ନ୍ୟାୟ ମିଳିଛି। ଲୋକଙ୍କ ପାଇଁ ମୁଁ କରୁଛି। ଲୋକେ ମୋ ସାଥୀରେ ଅଛନ୍ତି। ଏହା ପୂର୍ବରୁ ଆଜମ୍ ଖାନ କହିଥିଲେ ଯେ, ଜ୍ଞାନବାପୀ ମସ୍ଜିଦ୍ ପ୍ରସଙ୍ଗ ବାବ୍ରୀ ମସ୍ଜିଦ ତୁଳନାରେ ଭିନ୍ନ। କାରଣ ଏହି ଶୁଣାଣି ୨-୩ ସପ୍ତାହ ମଧ୍ୟରେ ହୋଇଛି। ବାବ୍ରୀ ମସଜିଦ ମାମଲା ବର୍ଷ ବର୍ଷ ଲାଗିଛି। ଆଜମ ଖାନ କହିଛନ୍ତି ଯେ, ଏହାରି ଉପରେ ଏବେ କିଛି କହିବା ଭୁଲ ହେବ। କାରଣ ପରିସ୍ଥିତି ଖରାପ ଆଡ଼କୁ ଯିବ।
ସୂଚନା ଯେ, ଆଜମ ଖାନଙ୍କ ନାଁରେ ୮୮ଟି ମାମଲା ରୁଜୁ ହୋଇଛି। ଏଥିରୁ ପୂର୍ବରୁ ୮୭ଟି ମାମଲାରେ ଜାମିନ ମିଳି ସାରିଥିଲା। ବିଗତ ଦିନରେ ଲେଖାଯାଇଥିବା ଏକ ମୋକଦ୍ଦମାରେ ଶୁଣାଣିରେ ବିଳମ୍ବ କାରଣରୁ ସର୍ବୋଚ୍ଚ ନ୍ୟାୟଳୟ ନିଜର ବିଶେଷାଧିକାର ପ୍ରୟୋଗ କରି ଆଜମ ଖାନଙ୍କୁ ୧-୧ ଲକ୍ଷ ଟଙ୍କା ବେଲ ବଣ୍ଡ ଜରିଆରେ ଅନ୍ତରୀଣ ଜାମିନ ଦେଇଛନ୍ତି।