ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ, ୨ମାସ ପରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ବର : ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହା ଉପରେ ୩ ମାସ ପାଇଁ ରହିତାଦେଶ ଲଗାଇଥିବା ବେଳେ ଏ ନେଇ ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି କୋର୍ଟ। ଆସନ୍ତା ୨ ମାସ ପରେ ପୁଣି ଏହା ଉପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।
ଏଥିରେ କୁଳପତିଙ୍କ କାର୍ଯ୍ୟକାଳ ସହ ଆଇନରେ ଅନେକ ସଂଶୋଧନ ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା ୟୁଜିସି। ଏହି ଆଇନର ବୈଧତାକୁ ସମର୍ଥନ କରି ଓଡ଼ିଶା ହାଇକୋର୍ଟ ପୂର୍ବରୁ ଏକ କ୍ଲିନ ଚିଟ୍ ଦେଇଥିଲେ। କିନ୍ତୁ ଏହାକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ ଜଣେ ପ୍ରଫେସର।