ଆଇପିଏଲ୍-୨୦୨୨ : ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି କୋଲକାତାର ବ୍ୟାଟିଂ ନିଷ୍ପତ୍ତି
ମୁମ୍ବାଇ: ଆଇପିଏଲ୍-୨୦୨୨ର ୬୧ତମ ମ୍ୟାଚରେ ଶନିବାର କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସ । ଉଭୟ ଟିମ୍ ପାଇଁ ପ୍ଲେ ଅଫ୍ ଆଶା ଥିବାରୁ ଆଜିର ମ୍ୟାଚରେ ଏକ କଡା ମୁକାବିଲା ଦେଖିବାକୁ ମିଳିବ
ଉଭୟ ନିକଟରେ ପ୍ଲେ-ଅଫ୍କୁ ପ୍ରବେଶ କରିବା ପାଇଁ ଏବେ ବି ସମୟ ରହିଛି । ଏଥିରେ କୋଲକାତା ଦଳରେ ଦୁଇଟି ପରିବର୍ତ୍ତନ ଘଟିଛି। ଆହତ ପାଟ୍ କମିନ୍ସଙ୍କ ସ୍ଥାନରେ ଉମେଶ ଯାଦବ ଏବଂ ଶେଲଡନ ଜ୍ୟାକସନଙ୍କ ବଦଳରେ ସାମ ବିଲିଙ୍ଗ୍ସଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ସନରାଇଜର୍ସ ହାଇଦ୍ରାବାଦର ଚୂଡାନ୍ତ ଏକାଦଶକୁ ଟି ନଟରାଜନ ଏବଂ ଓ୍ଵାଶିଂଟନ ସୁନ୍ଦରଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ୧୨ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ହାସଲ କରିଥିବା ନାଇଟ ରାଇଡର୍ସ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି ହୋଇଛି । ସନରାଇଜର୍ସ ବିପକ୍ଷରେ ପରାଜିତ ହେଲେ ପ୍ଲେ-ଅଫ୍ ଦୌଡରୁ ବାଦ ପଡ଼ିବ । ଶେଷ ମ୍ୟାଚ ଜିତିଲେ ମଧ୍ୟ ୧୨ ପଏଣ୍ଟ ସହ ପ୍ଲେ-ଅଫ୍ରେ ପ୍ରବେଶ କରିହେବ ନାହିଁ । ତେଣୁ ମ୍ୟାଚ୍ରେ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରି ନାଇଟ୍ ରାଇଡର୍ସ ବିଜୟ ପାଇଁ ପ୍ରୟାସ କରିବ । ବିଶେଷ କରି ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ବୋଲିଂ ବିଭାଗ ସୁଦୃଢ ରହିଛି । ଷ୍ଟାର ବୋଲର ପ୍ୟାଟ୍ କମିନ୍ସ ଆହତ ହୋଇ ଆଇପିଏଲ୍ ବାକି ଭାଗରୁ ଓହରି ଯାଇଛନ୍ତି । ତାଙ୍କ ଅନୁପସ୍ଥିତିରେ ଉମେଶ ଯାଦବଙ୍କ ଉପରେ ବୋଲିଂ ବିଭାଗ ନିର୍ଭର କରିବ।
ସନରାଇଜର୍ସ ୧୧ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ହାସଲ କରିଛି । ଆଗକୁ ଦଳ ଆଉ ୩ଟି ଲିଗ୍ ମ୍ୟାଚ୍ ଖେଳିବ । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ସନଜରାଇଜର୍ସକୁ ମାକି ମ୍ୟାଚ୍ ଗୁଡିକ ଜିତିବାକୁ ହେବ । ଏପଟେ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇଛି । ଦଳର ଦୁଇ ପ୍ରମୁଖ ବୋଲର ୱାସିଂଟନ ସୁନ୍ଦର ଓ ଟି ନଟରାଜନ ଆହତ ଅଛନ୍ତି । ଏମାନଙ୍କ ଅନୁପସ୍ଥିତିରେ ସନରାଇଜର୍ସ ଶେଷ ୪ଟି ମ୍ୟାଚ୍ ପରାଜିତ ହୋଇଛି । ଅବଶ୍ୟ ଆଜିର ମ୍ୟାଚ୍ରେ ଉଭୟ ଫିଟ୍ ଘୋଷିତ ହୋଇ ଖେଳିବେ ବୋଲି ଆଶା କରାଯାଉଛି ।