ଭୁଲରେ ମଧ୍ୟ ଗାଇକୁ ଖୁଆନ୍ତୁ ନାହିଁ ଏହି ସବୁ ଜିନିଷ ! ନଚେତ ରାଗି ଯାଆନ୍ତି ମା’ ଲକ୍ଷ୍ମୀ, ଘରକୁ ଆସିଥାଏ ଦାରିଦ୍ର୍ୟତା
ଗାଈ କୁ ସମଗ୍ର ବିଶ୍ୱ ର ଜନନୀ ହୋଇଥାଏ । ଗାଈ ରେ ସମଗ୍ର ଦେବା ଦେବୀ ବାସ କରିଥାନ୍ତି । ଭଗବାନ ଶ୍ରୀକୃଷ୍ଣ ଙ୍କ ମତ ରେ ଗୋମାତା ଙ୍କ ର ସେବା କରିବା ଦ୍ୱାରା ସଂସାର ର ସମସ୍ତଙ୍କ ର ସେବା କରିବାର ପୁଣ୍ୟ ମିଳିଥାଏ ।ପ୍ରତିଦିନ ଗାଈ ର ସେବା କରିବା ଦ୍ୱାରା ଏବଂ ଖାଦ୍ୟ ଖାଇବାକୁ ଦେବା ଦ୍ବାରା ଆପଣ କୋଟି ପୁଣ୍ୟ ର ଅଧିକାରୀ ହୋଇଥାନ୍ତି । ତେବେ ଶାସ୍ତ୍ର ରେ ଏଭଳି ୩ ଟି ଜିନିଷ ସମ୍ବନ୍ଧରେ କୁହାଯାଇଛି ଯାହା କେବେବି ଗାଈ କୁ ଖାଇବାକୁ ଦେବା ଉଚିତ ନୁହେଁ ।
ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ । ତେବେ ଆସନ୍ତୁ ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।କେବେବି ଗାଈ କୁ ପଚା ସଢ଼ା ଜିନିଷ ତଥା ପଚା ପନିପରିବା ଖାଇବାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ଉପରେ ମାତାଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ଅନେକ ବିପଦ ର ଆଗମନ ହୋଇଥାଏ ଏବଂ ଆପଣ ଚିନ୍ତା ର ଅଧିକାରୀ ହୋଇଥାନ୍ତି ।
ତେଣୁ ଯଦି ଆପଣଙ୍କ ଏହି ଅଭ୍ୟାସ ରହିଛି ତେବେ ତାକୁ ତୁରନ୍ତ ବଦଳାଇ ଦିଅନ୍ତୁ ଏବଂ ଗାଈ କୁ ତାଜା ପନି ପରିବା ଖାଇବାକୁ ଦିଅନ୍ତୁ । ଏହା ସହିତ ଗାଈ କୁ କେବେବି ଓସ୍ତ ଗଛ ର ପତ୍ର ଖାଇବାକୁ ଦିଅନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଅମଙ୍ଗଳକାରୀ ହୋଇଥାଏ । ବନ୍ଧୁଗଣ ଦ୍ବିତୀୟତଃ, ଗାଈ କୁ କେବେବି ବାସି ରୁଟି ଖାଇବାକୁ ଦିଅନ୍ତୁ ନାହିଁ । କାରଣ ଗାଈ ଦେବୀ ଙ୍କ ସ୍ୱରୂପ ଅଟେ । ଗାଈ କୁ ବାସି ରୁଟି ଖାଇବାକୁ ଦେବା ଦ୍ଵାରା ସମସ୍ତ ଦେବାଦେବୀ ଗଣ କ୍ରୋଧିତ ହୋଇଥାନ୍ତି । ତେଣୁ ଆପଣ ନିଜ ଘରେ ବନାଇ ଥିବା ପ୍ରଥମ ରୁଟି କୁ ଗାଈ କୁ ଖାଇବାକୁ ଦିଅନ୍ତୁ ।
ଏହାଦ୍ବାରା ଆପଣଙ୍କ ଉପରେ ଦେବାଦେବୀ ଗଣ ଙ୍କ ଆଶୀର୍ବାଦ ରହିଥାଏ ଏବଂ ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ର ପ୍ରତିଷ୍ଠା ହୋଇଥାଏ ।ବନ୍ଧୁଗଣ ତୃତୀୟତଃ, ଗାଈ କୁ କେବେବି ବଳକା ରହି ଯାଇଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ । ବଳକା ଖାଦ୍ୟ ଅଧିକ ସମୟ ରହି ଖରାପ ହୋଇ ଯାଇଥାଏ ଯାହାଦ୍ୱାରା ଏହାକୁ ଗାଈ ଖାଇଲେ ଅସୁସ୍ଥ ହୋଇଥାଏ । ତେଣୁ ଏପରି ଭୁଲ ଆଦୋୖ କରନ୍ତୁ ନାହିଁ ।
ଏହା ସହିତ ଗାଈ କୁ ପଚା ସଢା ପତ୍ର ଯେପରି ଶାଗ ଓ କୋବି ର ପତ୍ର ପଚି ଯାଇଥିଲେ ଖାଇବାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ମଧ୍ୟ ଗାଈ ର ଶରୀର ଅସୁସ୍ଥ ହୋଇଥାଏ । ଅନ୍ତତଃ, ଗୋମାତା ଙ୍କୁ କେବେବି କ୍ଷୀର ଖାଇବାକୁ ଦିଅନ୍ତୁ ନାହିଁ । ଏହା ଅନୁଚିତ ଅଟେ ।