ଆଇପିଏଲ୍-୨୦୨୨ : ଚେନ୍ନାଇ ବିପକ୍ଷରେ ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି
ଆଇପିଏଲ୍-୨୦୨୨ : ଚେନ୍ନାଇ ବିପକ୍ଷରେ ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି
ମୁମ୍ବାଇ : ଆଇପିଏଲ୍-୨୦୨୨ର ୫୮ତମ ମ୍ୟାଚ ଦୁଇରେ ଗୁରୁବାର ଚୀର ପ୍ରତିଦ୍ବନ୍ଦୀ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଏଥିରେ ଟସ୍ ଜିତି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ।
ପ୍ଲେ ଅଫ୍ ଦୌଡରୁ ବାଦ ପଡ଼ି ସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ କେବଳ ସମ୍ମାନର ସହ ବିଦାୟ ନେବା ପାଇଁ ଲକ୍ଷ୍ୟ ରଖିଛି । ସେହିପରି ଚେନ୍ନାଇ ନିକଟରେ ଏବେବି ସୁଯୋଗ ରହିଛି । ହେଲେ ପ୍ଲେ-ଅଫ୍ରେ ପହଞ୍ଚିବା ଏତେ ସହଜ ନୁହେଁ । ଉଭୟ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ସିଜନ ନୈରାଶ୍ୟପୂର୍ଣ୍ଣ ରହିଛି । ଉଭୟ ମୋଟ୍ ୯ଟି ଟାଇଟଲ ଜିତି ସାରିଥିଲେ ହେଁ ଏଥର ପଏଣ୍ଟ ତାଲିକାର ନିମ୍ନରେ ରହିଛନ୍ତି । ସୁପରକିଙ୍ଗ୍ସ ୧୧ମ୍ୟାଚ୍ରୁ ୪ ବିଜୟ ସହ ୮ ପଏଣ୍ଟ ହାସଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ମାତ୍ର ୨ଟି ମ୍ୟାଚ୍ ଜିତିଛି । ଉଭୟ ଦଳ ମଧ୍ୟରେ ଗତ ୨୧ ତାରିଖରେ ପ୍ରଥମ ମୁକାବିଲା ହୋଇଥିଲା । ସୁପରକିଙ୍ଗ୍ସ ଉକ୍ତ ମ୍ୟାଚ୍କୁ ୩ ୱିକେଟ୍ରେ ଜିତିଥିଲା । ଏଥର ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ହେଲେ ଏଥିପାଇଁ ବ୍ୟାଟିଂ ବିଭାଗ ଦାୟିତ୍ୱ ମୁଣ୍ଡାଇବା ଜରୁରି । ସୂର୍ଯ୍ୟକୁମାର ଯାଦବ ଆହତ ହୋଇ ବାଦ ପଡ଼ିଛନ୍ତି । ମଧ୍ୟଭାଗରେ କେବଳ ତିଳକ ବର୍ମାଙ୍କ ପ୍ରଦର୍ଶନ ଉନ୍ନତ ରହିଛି । କିରେନ ପୋଲାର୍ଡଙ୍କ ଫର୍ମ ଦଳକୁ ଚିନ୍ତାରେ ପକାଇଛି । ସୁପରକିଙ୍ଗ୍ସର ଦୁଇ ଓପନର ଡେଭନ କନୱେ ଓ ଋତୁରାଜ ଗାଏକୱାଡ୍ ଫର୍ମ ଫେରି ପାଇଛନ୍ତି । ମଧ୍ୟ ଭାଗରେ ଅମ୍ବାତି ରାୟୁଡୁ, ମୋଇନ ଅଲି ଓ ରବିନ ଉଥପ୍ପାଙ୍କ ପ୍ରଦର୍ଶନ ଭଲ ରହିଛି । କେବଳ ବୋଲିଂ ବିଭାଗକୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ହେବ । ରବିନ୍ଦ୍ର ଜାଡେଜା ଆହତ ହୋଇ ବାଦ୍ ପଡ଼ିଛନ୍ତି ।