ଜଙ୍ଗଲରେ ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

ଢେଙ୍କାନାଳ : ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳର ଆଳୁସିଂହ ନିକଟସ୍ଥ ଜଙ୍ଗଲରେ ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ । ଜଙ୍ଗଲରୁ କ୍ଷତ ବିକ୍ଷତ ମୃତଦେହକୁ ଜବତ କଲା ବନବିଭାଗ । ମୃତକ ହେଲେ ହିନ୍ଦୋଳ ଏନଏସି ୱାର୍ଡ ନଂ.୧୫ ଆଳୁସିଂହର ଅଚ୍ୟୁତ ସାହୁ ।
ଗତ ରବିବାର ଠାରୁ ଅଚ୍ୟୁତ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ । ତେବେ ଜଙ୍ଗଲରେ ସେ ହାତୀ ହାବୁଡ଼ରେ ପଡି ଯାଇଥିବାରୁ ହାତୀ ତାଙ୍କୁ କଚାଡି ପାଦରେ ଦଳି ମାରିଦେଇଥିବା ଜଣାପଡିଛି । ବନ କର୍ମଚାରୀମାନେ ଷୋମବାର ତାଙ୍କ କ୍ଷତ ବିକ୍ଷତ ମୃତଦେହ ଜଙ୍ଗଲରୁ ଉଦ୍ଧାର କରିଛନ୍ତି ।