କରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ୧୫ ହଜାର ଓ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କୁ ୫ ହଜାର ସହାୟତା ଦେବେ ଆନ୍ଧ୍ର ସରକାର
ହାଇଦ୍ରାବାଦ : ଏବେ କରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ରାଜ୍ୟ ସରକାର ପ୍ରଦାନ କରିବେ ୧୫,୦୦୦ ଟଙ୍କା ସହାୟତା ରାଶି ଏବଂ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କୁ ୫,୦୦୦ ଟଙ୍କା । କରୋନା ମୃତକଙ୍କ ପରିବାର ଲୋକଙ୍କୁ ସହାୟତା କରିବା ସକାଶେ ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।
ଏହି ଯୋଜନା ଅଧୀନରେ କରୋନା ଯୋଗୁଁ କେହି ପ୍ରାଣ ହରାଇଲେ, ତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ରାଜ୍ୟ ସରକାର ୧୫,୦୦୦ ଟଙ୍କା ସହାୟତା ପ୍ରଦାନ କରିବେ । ତା’ସହିତ ସୁସ୍ଥ ହୋଇସାରିଥିବା କରୋନା ରୋଗୀମାନଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବା ସକାଶେ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କୁ ୫,୦୦୦ ଟଙ୍କା ଯୋଗାଇଦେବେ ସରକାର । ଆନ୍ଧ୍ରରେ ଏବେ ୩୭,୦୦୦ କରୋନା ରୋଗୀ ପ୍ଲାଜମା ଦାନ କରିବାକୁ ଯୋଗ୍ୟ ବୋଲି ସରକାର କହିଛନ୍ତି।