ଭାଇରାଲ୍ ହେଲା ବିରାଟଙ୍କ ନୂଆ ଲୁକ୍

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ବିରାଟ କୋହଲି ଫର୍ମକୁ ଫେରିଛନ୍ତି । ଗତ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ତାଙ୍କ ଫ୍ୟାନମାନେ ଖୁସି ଅଛନ୍ତି । ଏବେ ବିରାଟଙ୍କ ନୂଆ ଲୁକ୍ ଭାଇରାଲ୍ ହୋଇଛି । ଯାହା ଫ୍ୟାନଙ୍କୁ ଖୁବ୍ ପସନ୍ଦ ଆସିଛି ।
ଆରସିବି ନିଜ ଟ୍ୱିଟର ଆକାଉଣ୍ଟରେ ବିରାଟଙ୍କ ଏକ ଫଟୋ ସେୟାର କରିଛି । ଏଥିରେ ସେ କୁଲ୍ ଲୁକରେ ନଜର ଆସିଛନ୍ତି । ବିରାଟ ନୂଆ ହେୟାର କଟ୍ କରିଥିବା ବେଳେ ସାଇଡରେ ଛୋଟ ଚୁଟି ରଖିଛନ୍ତି । ନୂଆ ଲୁକ୍ ଦେଖିବା ପରେ ଅନେକ ୟୁଜର ଟ୍ୱିଟରରେ କମେଣ୍ଟ କରିଛନ୍ତି । ଆଉ କେହି କେହି ଏପରି ହେୟାର କଟ୍ କରିବେ ବୋଲି କହିଛନ୍ତି । ସେହିପରି ଆଉ କେହି ବିରାଟଙ୍କୁ ହଲିଉଡ୍ ହିରୋ ବୋଲି କହିଛନ୍ତି ।ସୂଚନାଯୋଗ୍ୟ, ବିରାଟ ବିଶ୍ୱର ସବୁଠୁ ଷ୍ଟାଇଲିଷ୍ଟ୍ କ୍ରିକେଟର ଭାବେ ଜଣାଶୁଣା । ସେ ସବୁଠୁ ଫିଟ୍ ଓ ରୋଜଗାର କରୁଥିବା ଖେଳାଳି ତାଲିକାରେ ମଧ୍ୟ ରହିଛନ୍ତି ।