ଫ୍ରିଜ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ନଚେତ ହୋଇପାରେ ମାରାତ୍ମକ ରୋଗ
ଗ୍ରୀଷ୍ମଋତୁ ଆରମ୍ଭ ହୋଇଗଲାଣି । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକେ ଥଣ୍ଡା ପାଣି ପିଇବା ଆରମ୍ଭ କରି ଦେଇଛନ୍ତି । ତଥାପି, ସମସ୍ତେ ଜାଣନ୍ତିଯେ, ଥଣ୍ଡା ପାଣି ଶରୀରକୁ କ୍ଷତି ପହଞ୍ଚାଏ । ଆପଣଙ୍କ ଘରର ବୟଷ୍କ ବ୍ୟକ୍ତିମାନେ ମଧ୍ୟ ସମାନ ପରାମର୍ଶ ଦିଅନ୍ତି ଯେ ଫ୍ରିଜରୁ ଥଣ୍ଡା ପାଣି ପିଇବା ପରିବର୍ତ୍ତେ ସାଧା ପାଣି ପିଇବା ଉଚିତ୍ । ଏହା ବ୍ୟତୀତ ଗରମ ହେଲେ ପାଣିକୁ ମାଟି ହାଣ୍ଡିରେ ରଖି ପିଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି । ତଥାପି ଅଧିକାଂଶ ଲୋକ ଗ୍ରୀଷ୍ମ ସମୟରେ ଫ୍ରିଜରୁ ଥଣ୍ଡା ପାଣି ପିଇବାକୁ ଅଧିକ ପସନ୍ଦ କରନ୍ତି । ଏହି କାରଣରୁ ଅଧିକାଂଶ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଏ ।
ଏକ ରିପୋର୍ଟ ଅନୁଯାୟୀ, ଥଣ୍ଡା ପାଣି ପିଇବାର ଅନେକ ଅସୁବିଧା ଅଛି । ଥଣ୍ଡା ପାଣି ପିଇବା ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହା ବ୍ୟତୀତ, ଏକ ଡାକ୍ତରୀ ଅନୁସନ୍ଧାନ ଅନୁଯାୟୀ, ଥଣ୍ଡା ପାଣି ଆପଣଙ୍କ ହୃଦସ୍ପନ୍ଦନକୁ ମଧ୍ୟ ଧିର କରିପାରେ । ତାଇୱାନର ଏକ ଅଧ୍ୟୟନରୁ ଜଣାପଡିଛିଯେ, ଥଣ୍ଡା ପାଣି ପିଇବା ମଧ୍ୟ ହୃଦୟ ପାଇଁ ଭଲ ନୁହେଁ । ତେଣୁ ଥଣ୍ଡା ପାଣିର ବ୍ୟବହାରକୁ କମ୍ କରିବାକୁ ଚେଷ୍ଟା କରନ୍ତୁ, ନଚେତ୍ ଆପଣଙ୍କର ଅନେକ ସମସ୍ୟା ହୋଇପାରେ ।
ଥଣ୍ଡା ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ମଧ୍ୟ ହୋଇଥାଏ । ରିପୋର୍ଟରେ କୁହାଯାଇଛିଯେ, ଯେତେବେଳେ ଆପଣ ଖାଦ୍ୟ ଖାଇବା ପରେ ଥଣ୍ଡା ପାଣି ପିଅନ୍ତି, ତା’ପରେ ଖାଦ୍ୟ ହଜମ କରିବା କଷ୍ଟକର ହୋଇଯାଏ । ଏହାପେର କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି ହୁଏ । ଆପଣ ନିଶ୍ଚୟ ଦେଖିଥିବେଯେ, ଅନେକ ଲୋକ ଥଣ୍ଡା ପାଣି ପିଇବା ପରେ ମୁଣ୍ଡବିନ୍ଧା ହେଉଛି ବୋଲି କୁହନ୍ତି । ବାସ୍ତବରେ, ଥଣ୍ଡା ପାଣି ସମ୍ବେଦନଶୀଳ ସ୍ନାୟୁକୁ ଥଣ୍ଡା କରିପାରେ ଏବଂ ସେମାନେ ତୁରନ୍ତ ଆପଣଙ୍କ ମୁଣ୍ଡକୁ ବାର୍ତ୍ତା ପଠାନ୍ତି, ଯାହା ପରବର୍ତ୍ତୀ ସମୟରେ ମୁଣ୍ଡବିନ୍ଧାର କାରଣ ହୋଇଥାଏ ।