ଆଇପିଏଲ୍-୨୦୨୨ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ, ବ୍ୟାଟିଂ କରିବା ମୁମ୍ବାଇ
ମୁମ୍ବାଇ : ଆଇପିଏଲ୍-୨୦୨୨ ଇତିହାସରେ ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଗୁରୁବାର ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚ୍ରେ ଚେନ୍ନାଇ ଟିସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମୁମ୍ବାଇ ଆଗ ବ୍ୟାଟିଂ କରି ବଡ଼ ରନ୍ ସ୍କୋର କରିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଆଜିର ମ୍ୟାଚ୍ରେ ଯଶପ୍ରୀତ ବୁମରା ଓ ରବିନ ଉଥପ୍ପା ୨୦୦ତମ ଆଇପିଏଲ୍ ମ୍ୟାଚ୍ ଖେଳିବେ । ତଥାପି ଡ୍ୱେନ ବ୍ରାଭୋଙ୍କ ଉପରେ ଦର୍ଶକଙ୍କ ନଜର ରହିବ । ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୩୧ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ସେ ଘାତକ ସାବ୍ୟସ୍ତ ହୋଇପାରନ୍ତି ।
ଚଳିତ ସିଜନରେ ଉଭୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ତଥାପି ଫ୍ୟାନ୍ଙ୍କ ଆସ୍ଥା ଭାଙ୍ଗିନି। ସ୍ପେନ୍ର ଲୋକପ୍ରିୟ ଦୁଇ ଫୁଟବଲ୍ କ୍ଲବ୍ ରିୟଲ ମାଦ୍ରିଦ ଓ ବାର୍ସେଲୋନା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ଭଳି ଭାରତୀୟ କ୍ରିକେଟ୍ ପ୍ରେମୀ ମୁମ୍ବାଇ ଓ ଚେନ୍ନାଇ ଦଳ ପାଇଁ ପାଗଳ। ଫଳାଫଳ ଯାହା ହେଉ ନା କାହିଁକି, ମ୍ୟାଚ୍କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଶିଖର ଛୁଇଁବ । ଉଭୟ ଦଳ ଇତି ମଧ୍ୟରେ ୬ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍ ସୁପରକିଙ୍ଗ୍ସ ଗୋଟିଏ ମାତ୍ର ବିଜୟ ସହ ୨ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାର ନବମ ସ୍ଥାନ ଅକ୍ତିଆର କରିଛି । ୫ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବିଜୟ ଖାତା ଖୋଲିପାରି ନାହିଁ।