ବାଲେଶ୍ୱର : ଚଳିତବର୍ଷ ମାଟ୍ରିକରେ ୩୨,୭୬୦ ପରୀକ୍ଷାର୍ଥୀ
ବାଲେଶ୍ୱର : ଆସନ୍ତା ଅପ୍ରେଲ ୨୯ ତାରିଖ ଠାରୁ ମଇ ୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ସେଥିପାଇଁ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥର ମୋଟ ପରୀକ୍ଷାର୍ଥୀ ୩୨,୭୬୦ ପରୀକ୍ଷାର୍ଥୀ ଜିଲ୍ଲାର ୧୨ ବନ୍ଲକର ୨୦୦ଟି କେନ୍ଦ୍ରରେ ପରୀକ୍ଷା ଦେବେ । ସେଥିନିମନ୍ତେ ନୋଡ଼ାଲ ସେଂଟର ୧୨ଟି ଏବଂ ମୋଟ ୫୨୧ଟିି ସ୍କୁଲର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷାରେ ଭାଗ ନେବେ । ମଧ୍ୟମା ପରୀକ୍ଷାର୍ଥୀ ୧୦୬୭ଥିବା ବେଳେ ମୁକ୍ତଗୁତ ୬ଟି କେନ୍ଦ୍ରରେ ୧୦୪୦ ପରୀକ୍ଷାର୍ଥୀ ରହିଚନ୍ତି । ସେହିପରି ମଧ୍ୟମା ପିଲା ୧୦୬୭ ପରୀକ୍ଷାର୍ଥୀ ରହିଛନ୍ତି । ଏଥିନିମନ୍ତେ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରାଯିବା, କପି ରକାଯିବା, ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ପହଞ୍ôଚବା, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ହଲରେ ପୁରାଇବା, ସାନିଟାଇଜ କରାଇବା, ମାକ୍ସ ପରିଧାନ ଏବଂ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପରୀକ୍ଷା କରାଯିବା ନିମନ୍ତେ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ସୂଚନା ଦେଇ କହିଛନ୍ତି ।