ଯୋଗୀ ସରକାରଙ୍କ ବଡ଼ ଘୋଷଣା ! ଏଣିକି ଝିଅ ବିବାହ ପାଇଁ ମିଳିବ ୧ ଲକ୍ଷ ଟଙ୍କା
ୟୁପି : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶିଶୁ ଓ ମହିଳାଙ୍କ ପାଇଁ ଚାଲିଥିବା ଯୋଜନାର ସମୀକ୍ଷା କରିଛନ୍ତି । ସେ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରତ୍ୟେକ ମଣ୍ଡଳ ମୁଖ୍ୟାଳୟରେ ଅତିକମରେ ଗୋଟିଏ ମହିଳା ସଂରକ୍ଷଣ ଗୃହ ଓ ମହିଳା ଶରଣାଳୟର ପ୍ରତିଷ୍ଠା କରାଯିବ । ଏହାକୁ ପ୍ରାଥମିକତା ଭାବେ କରାଯିବ । ଗରିବ ଲୋକଙ୍କ ଝିଅଙ୍କ ବିବାହ ପାଇଁ ସହାୟତା ରାଶି ୫୧ ହଜାର ଟଙ୍କାରୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ।
ଜାରି ହୋଇଥିବା ସରକାରୀ ବୟାନ ଅନୁସାରେ ମନ୍ତ୍ରିମଣ୍ଡଳର ସମୀକ୍ଷା ସାମାଜିକ ସୁରକ୍ଷା ସଂପର୍କିତ ୮ଟି ବିଭାଗର କାର୍ଯ୍ୟଯୋଜନା ପ୍ରସ୍ତୁତିକରଣ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତିକରଣ ଓ ଶିଶୁଙ୍କ ସୁପୋଷଣ ପାଇଁ ସମର୍ପିତ ମନୋଭାବ ନେଇ କାମ କରୁଛନ୍ତି ।