‘ଦକ୍ଷିଣାଞ୍ଚଳୀୟ ଲୋକନାଟକ’ ଗବେଷଣା ଗ୍ରନ୍ଥ ଲୋକାର୍ପିତ
ବାଲେଶ୍ୱର : ବାଲେଶ୍ୱର ସହର ଶାନ୍ତିକାନନ ପରିସରରେ ଅଧ୍ୟାପିକା ରଶ୍ମୀରାଣୀ ଦାସଙ୍କର ‘ଦକ୍ଷିଣାଞ୍ଚଳୀୟ ଲୋକନାଟକ’ ନାମକ ଏକ ଗବେଷଣା ଗ୍ରନ୍ଥ ଲୋକାର୍ପିତ ହୋଇଛି । ଯେଉଁ ଭାଷାର ଲୋକନାଟକ ଯେତିକି ସମୃଦ୍ଧ ସେହି ଭାଷା ସେତିକି ଉନ୍ନତ । ବିଦଗ୍ଧ ନାଟକର ଶରୀର ମଧ୍ୟରେ ଲୋକନାଟକର ସତ୍ତାକୁ ମଧ୍ୟ ଖୋଜିଲେ ପାଇହୁଏ ବୋଲି ଲୋକାର୍ପଣ କରି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ଲୋକାର୍ପଣ ଉତ୍ସବରେ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ବରିଷ୍ଠ ସାହିତ୍ୟିକ ଡ.ପ୍ରହ୍ଲାଦ ଚରଣ ମହାନ୍ତି ଗ୍ରନ୍ଥଟିକୁ ଲୋକାର୍ପଣ କରି ଲୋକନାଟକ ମଣିଷ ମନର ଆବେଗର ପରିପ୍ରକାଶ ବୋଲି କହିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ମଥୁରାନାଥ ହୋତା, ବିଶିଷ୍ଟ ସମାଲୋଚକ ଡ. ମନ୍ମଥ କୁମାର ପ୍ରଧାନ ଓ ଅଧ୍ୟାପକ ଡ. ଅଜୟ କୁମାର ପଣ୍ଡା ଗ୍ରନ୍ଥଟିର ବିସ୍ତୃତ ଆଲୋଚନା କରି ତନ୍ମଧ୍ୟସ୍ଥ ଭାରତ ଲୀଳା, କୃଷ୍ଣ ଲୀଳା, ଶ୍ରୀରାମ ନାଟକ, କଣ୍ଢେଇ ନୃତ୍ୟ, ଜାନୁଘଣ୍ଟା, ପ୍ରହ୍ଲାଦ ନାଟକ, ଦଣ୍ଡନାଟ, ଦେଶିଆ ନାଟ,ଦାସକାଠିଆ, ସୁଆଙ୍ଗ, ଚନ୍ଦ୍ରଧ୍ୱଜ ନାଟକ, ଜଳନ୍ଧର ବଧ ନାଟକ, ଗୋଟିପୁଅ ନାଚ, ଢଣକୋଇଲା, ଘୋଡ଼ାନାଚ, ରାଧାପ୍ରେମଲୀଳା, ରାବଣଛାୟା ପ୍ରଭୃତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଲୋକନାଟକଗୁଡ଼ିକ ପଲ୍ଲୀ ଜନତାର ଅକୁଣ୍ଠ ସମର୍ଥନ ଲାଭ କରିପାରୁଥିବାରୁ ଆଜିପର୍ଯ୍ୟନ୍ତ ତିଷ୍ଠି ରହି ପାରିଛି । ଲେଖିକା ରଶ୍ମିରାଣୀ ଦାସ ଗ୍ରନ୍ଥପାଇଁ କରିଥିବା ତଥ୍ୟ ସଂଗ୍ରହ, ଉପାଦାନ ସଂଗ୍ରହ ଓ ଗ୍ରାନ୍ଥାଗାରିକ ଉପଯୋଗିତାର ବିଶଦ ବିବରଣୀ ପ୍ରଦାନ କରିଥିଲେ । ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆବାହନ କରିଥିବା ବେଳେ ସମ୍ପାଦକ ଦୀପକ ବୋଷ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ ଓ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଦୀପ କୁମାର ଚାଟ୍ଟାର୍ଜୀ, ତପନ ରାୟ, ଦୀନବନ୍ଧୁ ଲେଙ୍କା, ଡ. ଶିରୀଶଚନ୍ଦ୍ର ଜେନା, ଡ. ରବୀନ୍ଦ୍ର ବିହାରୀ, ଅଧ୍ୟାପକ କମଳାକାନ୍ତ ଦାଶ, ଶରତ କୁମାର ମହାପାତ୍ର, ନିରଞ୍ଜନ ରାଉତ, ଡ.ଦିଲ୍ଲୀପ କୁମାର ଭୋଇ, ଅମ୍ବୁଜ କୁମାର ଦାସ, ରମାକାନ୍ତ ମହାନ୍ତି, ବିଦ୍ୟାଧର ସାହୁ, ସାଇକୃଷ୍ଣ ସାହୁ, ଜୟନ୍ତ ହଂସରାଜ, ଅରୁଣା ରାୟ, ଚିତ୍ରାରାଣୀ ପାତ୍ର, ବାସନ୍ତୀ କର, ଅଞ୍ଜଳି ପଣ୍ଡା,ବାସନ୍ତୀ ଦେ, ଜ୍ୟୋତ୍ସ୍ନା ରାୟ, ଶ୍ରୀରୂପା ମଞ୍ଜରୀ ସେନ, ମମତା ଦାସ, ଶାନ୍ତିଲତା ବିଶି, ସଙ୍ଗୀତା ବାରିକ, ତୃପ୍ତିରାଣୀ ପାତ୍ର, ସ୍ନିଗ୍ଧା ସାମନ୍ତରାୟ, ଦେବାଶିଷ ସିଂହ, ସୁବ୍ରତା ମହାନ୍ତି, ରାଜେଶ ଗିରି, ପ୍ରତିମା ପଣ୍ଡା, ସୀମାଞ୍ଜଳି ମହାଭୋର, କୃଷ୍ଣା ପ୍ରଧାନ, ଶାନ୍ତିଲତା ପଣ୍ଡା, ଲକ୍ଷ୍ମୀକାନ୍ତ ବେହେରା, ସୁଚିତ୍ରା ସାହୁ, ଦୀପକ କୁମର ଦାସ, ଅବନ୍ତୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।