ଛତିଶଗଡ଼ ସରକାଙ୍କର ବଡ଼ ଘୋଷଣା ! ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଠାରୁ ଆଦାୟ କରାଯିବନି ଫି’
![](https://thetruths.in/wp-content/uploads/2022/04/Chhattisgarh-CM-Bhupesh-Baghela-1024x538.jpg)
ନୂଆଦିଲ୍ଲୀ : ଛତିଶଗଡର ଯୁବକମାନଙ୍କ ପାଇଁ ସରକାଙ୍କର ବଡ଼ ଘୋଷଣା। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ରାଜ୍ୟର ଯୁବକ ମାନଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ସ୍ବତନ୍ତ୍ର ଜୁନିଅର ଷ୍ଟାଫ ସିଲେକସନ ବୋର୍ଡ ଦ୍ବାରା କରାଯାଉଥିବା ପରୀକ୍ଷା ପାଇଁ ପ୍ରାର୍ଥୀମାନଙ୍କଠାରୁ ପରୀକ୍ଷା ଫିସ ଆଦାୟ କରାଯିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି । ଏହାପୂର୍ବରୁ ବାଘେଲା ପିଏସସି (ଜନସେବା ଆୟୋଗ) ଏବଂ ଭ୍ୟାପମ ପରୀକ୍ଷାରେ ଫି ଛାଡ କରିସାରିଛନ୍ତି।
ସୂଚନା ମୁତାବକ ରାଜ୍ୟର ସ୍ବତନ୍ତ୍ର ଜୁନିଅର ଷ୍ଟାଫ ସିଲେକସନ ବୋର୍ଡ ଦ୍ବାରା ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ପଦବୀ ପାଇଁ ପରୀକ୍ଷା କରାଯାଏ । ଏହି ପରିକ୍ଷା ପାଇଁ ପ୍ରାର୍ଥୀଙ୍କୁ ପରୀକ୍ଷା ଫି ଭାବରେ ୨୦୦ ରୁ ୫୦୦ ଟଙ୍କା ଦେବାକୁ ପଡିଥାଏ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବର୍ତ୍ତମାନ ପ୍ରାର୍ଥୀମାନେ ମାଗଣାରେ ଆବେଦନ କରି ପରୀକ୍ଷା ଦେଇପାରିବେ। ମଙ୍ଗଳବାର ଦିନ ରାୟପୁର ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲା ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ଏହି ନିଷ୍ପତ୍ତି ବିଷୟରେ କହିଛନ୍ତି । ସେ କହିଛନ୍ତି କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇର ଚାହିଦା ଅନୁଯାୟୀ ଭ୍ୟାପମ ଏବଂ ପିଏସସିର ପରୀକ୍ଷା ଶୁଳ୍କ ଛାଡ କରାଯାଇଛି।