ବସ୍ତା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ବାର୍ଷିକ କ୍ରୀଡାତ୍ସୋବ ଉଦଯାପିତ
ବସ୍ତା : ବସ୍ତା ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ବାର୍ଷିକ କ୍ରୀଡାତ୍ସୋବ ଉଦଯାପିତ ହୋଇଯାଇଛି।ବରିଷ୍ଠ ଶିକ୍ଷାବିତ,ବସ୍ତା ଶମ୍ଭୁନାଥ ହାଇସ୍କୁଲ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଗନ ବିହାରୀ ଜେନା ଏହି ଖେଳ ପ୍ରତିଯୋଗିତା କୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ।କ୍ରୀଡା ଶିକ୍ଷକ ପ୍ରଶାନ୍ତ ଗିରି ଶପଥ ପାଠ କରାଇଥିଲେ। ସବଜୁନିଅର,ଜୁନିଅର ଓ ସିନିଅର ତିନୋଟି ଗ୍ରୁପରେ ସମୁଦାୟ ଅଠରଟି ବିଭାଗରେ ସମୁଦାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଆଉଟଡୋର ଓ ଇନଡୋର ଖେଳରେ ଭାଗ ନେଇଥିଲେ।
ପ୍ରଧାନାଚାର୍ଯ୍ୟ ଜୟକୃଷ୍ଣ ଗିରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଭୟ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ମାନଗୋବିନ୍ଦ ମହାନ୍ତି,ଉପଦେଷ୍ଟା ଶ୍ୟାମା ପ୍ରସାଦ ବେହେରା, ସମ୍ପାଦକ ରାମଚନ୍ଦ୍ର ଦେବ,କୋଷାଧ୍ୟକ୍ଷ ପ୍ରଦୀପ କୁମାର ପରିଡା ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ। ବିଭିନ୍ନ ଖେଳବିଭାଗକୁ ରଞ୍ଜିତା ପାଢୀ,ସୁଶାନ୍ତି ବେହେରା,ସରୋଜ ପାତ୍ର,ଅଞ୍ଜନ ସାହୁ,ପୁଷ୍ପଲତା ପଟ୍ଟନାୟକ, ପ୍ରଞ୍ଗ୍ୟା ବେହେରା, କବିତା ମହାକୁଡ଼, ନମିତା ଦାସ ,ସୁଚିସ୍ମିତା ସାହୁ,ରାଜେଶ୍ଵରୀ ଦାସ,ଅର୍ଚ୍ଚନା ଘୋଷ ପ୍ରମୁଖ ପରିଚାଳନା କରିଥିଲେ।ଅଭିଭାବକ ଓ ଜନସାଧାରଣ ଛାତ୍ରଛାତ୍ରୀ ଙ୍କ ଏହି ଚିତ୍ତାକର୍ଷକ ପ୍ରତିଯୋଗିତାକୁ ଉପଭୋଗ କରିଥିଲେ।କୃତୀ କ୍ରୀଡାବିତଙ୍କୁ ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ଶିକ୍ଷା କେନ୍ଦ୍ର ତରଫରୁ କୁହାଯାଇଛି।