ଜନ ଧନ ଆକାଉଣ୍ଟଧାରୀ ଜିରୋ ବାଲାନ୍ସରେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ପାଇପାରିବେ, ଜାଣନ୍ତୁ କିପରି
ନୂଆଦିଲ୍ଲୀ : ଭାରତ ସରକାର ସାଧାରଣ ଲୋକଙ୍କ ନିମନ୍ତେ ଅନେକ ଯୋଜନା କରିଛନ୍ତି । ତେବେ ୧୫ ଅଗଷ୍ଟ ୨୦୧୪ରେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ଜରିଆରେ ଲୋକଙ୍କୁ ଆର୍ଥିକ ସେବା ଯଥା ବ୍ୟାଙ୍କିଙ୍ଗ୍, କ୍ରେଡିଟ୍, ବୀମା, ସୁଲଭ ମୂଲ୍ୟରେ ପେନସନ ମିଳିବା ଲକ୍ଷ ଥିଲା । ଏହି ଆଧାରରେ ଜିରୋ ବାଲାନ୍ସରେ ମଧ୍ୟ ୧୦ହଜାର ଟଙ୍କାର ଲାଭ ମିଳିପାରିବ ।
ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାର ଆକାଉଣ୍ଟଧାରୀ ସର୍ବଭାରତୀୟ ସୁବିଧା ସହିତ ଅନେକ ଆର୍ଥିକ ସୁବିଧା ପାଆନ୍ତି । ସିଧାସଳଖ ଲାଭ ସ୍ଥାନାନ୍ତର , ପ୍ରଧାନ ମନ୍ତ୍ରୀ ଜ୍ୟୋତି ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା , ମାଇକ୍ରୋ ୟୁନିଟ୍ ବିକାଶ ଏବଂ ରିଫାଇନାନ୍ସ ଏଜେନ୍ସି ବ୍ୟାଙ୍କ ଖାତା ଯୋଜନାର ଲାଭ ପାଆନ୍ତି । ପ୍ରଧାନ ମନ୍ତ୍ର ଜନ-ଧନ ଯୋଜନା ଆକାଉଣ୍ଟଧାରୀମାନେ ଜିରୋ ବାଲାନ୍ସ ଆକାଉଣ୍ଟରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଓଭରଡ୍ରାଫ୍ଟ ସୁବିଧା ପାଇପାରିବେ । ଓଭରଡ୍ରାଫ୍ଟ ସୀମା ପୂର୍ବରୁ ୫୦୦୦ ଟଙ୍କା ଥିଲା, ଯାହା ପରେ ଦୁଇଗୁଣ କରି ୧୦,୦୦୦ ଟଙ୍କାକୁ ବୃଦ୍ଧି ହୋଇଛି। ବିନା ସର୍ତ୍ତରେ ୨,୦୦୦ ଟଙ୍କା ପର୍ୟ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ଉପଲବ୍ଧ ଅଛି । ତେବେ ଓଭରଡ୍ରାଫ୍ଟ ସୁବିଧା ପାଇବାକୁ, ଜନ ଧନ ଆକାଉଣ୍ଟ ଅତି କମରେ ୬ ମାସ ପୁରୁଣା ହେବା ଦରକାର । ନଚେତ କେବଳ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇପାରିବେ । ଓଭରଡ୍ରାଫ୍ଟ ସୁବିଧା ପାଇଁ ବୟସ ସୀମା ୬୦ରୁ ୬୫କୁ ବୃଦ୍ଧି ପାଇଛି ।