୨ଦିନିଆ ଯୁବ ମହୋତ୍ସବ ଉଦ୍ଯାପିତ; ଓଡିଶାର ସ୍ୱାଭିମାନ ପାଇଁ ଯୁବଶକ୍ତି ଜାଗ୍ରତ ହେବା ଦରକାର
ଖଇରା : ଇତିହାସ ଓଲଟାଇଲେ ଓଡିଆଙ୍କ ବିରତ୍ୱ ଗାଥା ଜାଣି ହେବ । ହେଲେ ଏହି ଲଢୁଆ ଜାତି ଆଜି ସୁପ୍ତ ବା କୋମା ଅବସ୍ଥାରେ ଅଛି । ପୁରୁଣା ସ୍ମୃତିକୁ ଅବଲୋକନ କରାଇ ସେମାନଙ୍କୁ ପୁଣି ଥରେ ଜାଗ୍ରତ କରାଇବାକୁ ପଡିବ । ଯୁବଶକ୍ତିଙ୍କ ଦିଗଦର୍ଶକ ମଧୁବାବୁ,ସ୍ୱାମୀ ବିବେକାନନ୍ଦ,ନେତାଜୀ ସୁବାସ ବୋଷଙ୍କ ଦେଶପ୍ରିତୀ,ଜାତିୟତା ଭାବନାକୁ ସେମାନଙ୍କ ଭିତରେ ଭର୍ତ୍ତୀ କରିବାର ସମୟ ଆସିଛି । ଯୁବଶକ୍ତି ଜାଗ୍ରତ ନହେଲେ ଆମେ ଓଡିଆ ବୋଲି କହିବାକୁ ସଂକୋଚ କରିବା ତଥା ଓଡିଶାର ସ୍ୱାଭିମାନ ରକ୍ଷା ଅସମ୍ଭବ ହୋଇ ପଡିବ ବୋଲି କେନ୍ଦ୍ର ସରକାରଙ୍କ ପୁର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୁବ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ।
ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତର ଅସୁରିଆ ଠାରେ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ୨ଦିନିଆ ଯୁବ ମହୋତ୍ସବର ଶନିବାରର ଉଦ୍ଯାପନୀ ସଭାରେ ଯୋଗ ଦେଇ ଏହି ବିଷୟ ଉତ୍ଥାପନ କରିଛନ୍ତି । କ୍ଲବର ସଭାପତି ପ୍ରଦୀପ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଏମ୍ପି ଷଡଙ୍ଗୀ ମୁଖ୍ୟ ଅତିଥ,ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା,ଯୁବନେତା ନିଳମାଧବ ପଣ୍ଡା ଓ ଅଣୁମାଧବ ପଣ୍ଡା,ଯୁବନେତା ଇଂ ରାଜେଶ କୁମାର ମହାକୁଡ,ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ,ପ୍ରାକ୍ତନ ସରପଞ୍ଚ ସୁରେନ୍ଦ୍ର ନାଥ ନାୟକ ଓ ସୁଶାନ୍ତ ମହାକୁଡ,କ୍ଲବ ସଂଯୋଜକ ବୈକୁଣ୍ଠ ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ୨ଦିନ ଧରି ବିଭିନ୍ନ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧୀତ କରାଯାଇଥିଲା । ସୁଶାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଶେଷରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଭିଜିତ ମହୁମଦାରଙ୍କ ସଙ୍ଗୀତ ଦର୍ଶକଙ୍କୁ ବିକୋହିତ କରିଥିଲା ।