ପ୍ରତିଭା ମହୋତ୍ସବ ଉଦ୍ଘାଟିତ : ପ୍ରଭୁପାଦଙ୍କ ସଙ୍ଗିତ ଓ ରଙ୍ଗଶାଳାର ନୃତ୍ୟରେ ଝୁମିଲେ ଦର୍ଶକ
ଖଇରା : ବାଲେଶ୍ୱର ଜିଲା ଖଇରା ଦୁର୍ଗାମଣ୍ଡପ ଠାରେ ବିଂଶତମ ପ୍ରତିଭା ମହୋତ୍ସବ ଭଳିକି ଭଳି ନୃତ୍ୟ ସଙ୍ଗୀତର ତାଳେ ତାଳେ ଉଦ୍ଘାଟିତ ହୋଇ ଯାଇଛି । ସ୍ଥାୟୀ ସଭାପତି ସନାତନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଓ ବିଶିଷ୍ଟ ପାଲା ଗବେଷକ ହରିହର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।
ଗାଁ ଗହଳିରେ ବଣମଲ୍ଲିୀ ବଣରେ ରହିଲା ଭଳି ଲୁଚି ରହିଥିବା ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ନିଶ୍ଚୟ ଏକ ମହତ ପ୍ରୟାଶ । ଏଥିପାଇଁ ସମସ୍ତଙ୍କର ସହଯୋଗ ଲୋଡା ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ,ବିଡିଓ ପର୍ଶୁରାମ ପଣ୍ଡା,ସରପଞ୍ଚ ମାଳତୀ ସେଠୀ,ସମିତି ସଭ୍ୟା ନର୍ମଦା ଦେଓ ପ୍ରମୁଖ ସମ୍କାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ଶଶିକାନ୍ତ ଦାସ ଓ ରିତାରାଣି ଦାସ ଅତିଥି ପରିଚୟ, ସମ୍ପାଦକ ଉମେଶ ଚନ୍ଦ୍ର ନାୟକ ବିବରଣୀ ପାଠ,ସ୍ନେହଲତା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ମୁଖପତ୍ର ପ୍ରତିଭା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଭିନ୍ନ ପ୍ରତିଭାର ଅଧିକାରୀ ବ୍ରଜେନ୍ଦ୍ର ନାଥ ଗିରି,ପର୍ଶୁରାମ ପଣ୍ଡା,ହରିହର ପାଣିଗ୍ରାହୀ,ଭରତ ଚନ୍ଦ୍ର ଦାଶ,ଅଭିରାମ ମହାପାତ୍ର,ମଧୁମିତା ପତ୍ରୀ,ଅର୍ଦ୍ଧେନ୍ଦୁ ମହାପାତ୍ର,ଦେବଦ୍ୟୁତି ନାୟକ,ମାନସୀ ମହାନ୍ତି,ପ୍ରତିଭା ମଞ୍ଜରୀ ବେହେରାଙ୍କୁ ଅତିଥି ମାନେ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧୀତ କରିଥିଲେ । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପ୍ରଦତ୍ତ ଭୁବନେଶ୍ୱର ର ସମ୍ବଲପୁରୀ ଓ ପୁରୀ ରଙ୍ଗଶାଳାର କଳକାରଙ୍କ ନୃତ୍ୟ ସାଙ୍ଗକୁ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରଭପାତଙ୍କ କଣ୍ଠର ଯାଦୁ ଦର୍ଶକଙ୍କୁ ମତୁଆଲା କରିଥିଲା ।