ଆଇପିଏଲ-୨୦୨୨ : ଚେନ୍ନାଇକୁ ୧୮୧ ରନ୍ର ଟାର୍ଗେଟ ଦେଲା ପଞ୍ଜାବ
ମୁମ୍ବାଇ : ଆଇପିଏଲ ୨୦୨୨ରେ ରବିବାର ଏକାଦଶତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୦ ରନ୍ ସଂଗ୍ରହ କରିଛି । ଫଳରେ ସିଏସକେ ସାମ୍ନାରେ ୧୮୧ ରନ୍ର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବ ପକ୍ଷରୁ ଲିଆମ ଲିଭିଂଷ୍ଟୋନ ୩୨ ବଲ୍ରୁ ସର୍ବାଧିକ ୬୦ ରନ୍ର ଇଂନିସ ଖେଳିଛନ୍ତି । ଅନ୍ୟପଟେ ସିଏସକେ ପକ୍ଷରୁ ଡ୍ବାଇନ ପ୍ରିଟୋରିସ ଓ କ୍ରିସ ଜୋର୍ଡାନ ଦୁଇଟି ଲେଖାଏଁ ୱିକେଟ ହାତେଛନ୍ତି ।
ମ୍ୟାଚ୍ର ଦ୍ବିତୀୟ ବଲ୍ରେ ମୁକେଶ ଚୌଧୁରୀ, ପଞ୍ଜାବ କ୍ୟାପଟେନ ମୟଙ୍କ ଅଗ୍ରୱାଲଙ୍କୁ ଆଉଟ୍ କରି ସିଏସକେ କ୍ୟାପଟେନ ଜାଡେଜାଙ୍କ ଟସ୍ ଜିତି ବୋଲିଂ ନିଷ୍ପତିକୁ ସଠିକ୍ ପ୍ରମାଣିତ କରିଥିଲେ । ପରେ ଭାନୁକା ରାଜପକ୍ସାଙ୍କୁ ଧୋନି ରନଆଉଟ୍ କରିବା ପରେ ପଞ୍ଜାବର ସ୍କୋର ୧୪/୨ ହୋଇଥିଲା । ତେବେ ଓପନର ଶିଖର ଧାୱନ ଓ ଲିଆମ ଲିଭିଂଷ୍ଟୋନଙ୍କ ମଧ୍ୟରେ ୯୫ ରନ୍ର ଭାଗିଦାରୀ ହୋଇଥିଲା । ଧାୱନ ୨୪ ବଲ୍ରୁ ୩୩ରନ୍ର ଇଂନିସ ଖେଳି ପାଭିଲିୟନ ଫେରିଥିଲେ । ତେବେ ଲିଭିଂଷ୍ଟୋନ ଚେନ୍ନାଇ ବୋଲରଙ୍କୁ ନିରାଶ କରିବା ସହ ୩୨ ବଲ୍ରୁ ଧୁଆଁଧାର ୬୦ ରନ୍ର ଇଂନିସ ଖେଳିଥିଲେ । ଫଳରେ ଚେନ୍ନାଇ ସାମ୍ନାରେ ୧୮୧ ରନ୍ର ବଡ ଟାର୍ଗେଟ ରଖିପାରିଥିଲା ପଞ୍ଜାବ ।