ରାଜ୍ୟରେ ଖସୁଛି ସଂକ୍ରମଣ, ଆଉ ୩୬ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଶେଷ ପର୍ୟ୍ୟାୟରେ କରୋନା ସଂକ୍ରମଣ । ଫଳରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହିକ୍ରମରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୭୩୭ଜଣକୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 2nd April
— I & PR Department, Odisha (@IPR_Odisha) April 3, 2022
New Positive Cases: 36
Of which 0-18 years: 6
In quarantine: 21
Local contacts: 15
(Details of local contacts will be shared by concerned District)
1. Balasore: 2
2. Balangir: 1
3. Deogarh: 1
4. Gajapati: 2
5. Jagatsinghpur: 1
6. Jajpur: 2
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ୨ଜଣ ଥିବାବେଳେ ବଲାଙ୍ଗୀରରୁ ଜଣେ, ଦେଓଗଡ଼ରୁ ଜଣେ, ଗଜପତିରୁ ୨ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୨ଜଣ, କେନ୍ଦ୍ରାପଡ଼ାରୁ ୩ଜଣ, ଖୋର୍ଦ୍ଧାରୁ ୫ଜଣ, ମୟୁରଭଞ୍ଜରୁ ୫ଜଣ, ସମ୍ବଲପୁରରୁ ୪ଜଣ, ସୁନ୍ଦରଗଡ଼ରୁ ୯ଜଣ ଓ ରାଜ୍ୟ ପୁଲ୍ରୁ ଜଣେ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୨୩୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୦୭୬୪୫୮୧ସାମ୍ପୁଲ ଟେଷ୍ଟ୍ ହୋଇଛି ।