ଏହି ରାଜ୍ୟରେ ମାସ୍କ ବାଧ୍ୟତାମୂଳକ, ଅବମାନନା କଲେ ୫୦୦ ଟଙ୍କା ଜୋରିମାନା
ନୂଆଦିଲ୍ଲୀ : କୋଭିଡ ସଂକ୍ରମଣ ଦେଶରେ କମିନି । ତଥାପି ଲୋକେ ଭୁଲି ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ଫଳରେ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହେଲାଣି । ଏହାକୁ ନଜରରେ ରଖି ହରିୟାଣା ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରିବାକୁ ହରିୟାଣା ସରକାର ଘୋଷଣା କରିଛନ୍ତି ।
ଖାଲି ସେତିକି ନୁହେଁ, ସ୍ୱଚ୍ଛତା ବଜାୟ ରଖିବା, ବାରମ୍ବାର ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ପରାମର୍ଶ ଦେଇଛନ୍ତି। ହରିୟାଣା ସରକାରଙ୍କ ଜାରି ହୋଇଥିବା ଭିଡିଓରେ କୁହାଯାଇଛି ଯେ ସର୍ବସାଧାରଣ ସ୍ଥାନ ଏବଂ କର୍ମକ୍ଷେତ୍ରରେ ଥିବାବେଳେ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନିର୍ଦ୍ଦେଶ ଅବମାନନା କଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।