ଧାନ ବିଲରୁ ହରିଣ ଉଦ୍ଧାର, ପ୍ରାଥମିକ ଚିକିତ୍ସା ପରେ କୁଲଡ଼ିହାରେ ଛଡ଼ାଗଲା
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଡ଼ା ପଞ୍ଚାୟତର ହଳିଷ ଅଞ୍ଚଳରୁ ଶୁକ୍ରବାର ପୂର୍ବାହ୍ନରେ ବନ ବିଭାଗ ଏକ ହରିଣ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ କୁଲଡ଼ିହା ଅଭୟାରଣ୍ୟରେ ଛାଡ଼ିଛି ।
ସୂଚନା ଅନୁସାରେ ହରିଣଟି ସ୍ଥାନୀୟ ଅଞ୍ଚଳର ରମା ସାହାଣୀଙ୍କ ଧାନ ବିଲରେ ପଶିଥିଲା । ପରେ ଲୋକ ମାନଙ୍କୁ ଦେଖି ଦୌଡ଼ି ପଳାଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଗାଇଗୋରୁଙ୍କ ପାଇଁ ବିଲ ଚାରିପଟେ ଘେରାଯାଇଥିବା ଜାଲରେ ଛନ୍ଦି ହୋଇଯାଇଥିଲା । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ବନବିଭାଗକୁ ଖବର ଦେଇଥିଲେ । ପରେ ସରପଞ୍ଚ ରୀନାରାଣୀ ହାତୀଙ୍କ ଉପସ୍ଥିତିରେ ହରିଣକୁ ଉଦ୍ଧାର କରାଯିବା ସହିତ ଖଇରା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କ ଉପସ୍ଥିତିରେ ପ୍ରାଥମିକ ଚିକିତ୍ସା କରାଯାଇ ଏହା ଏହା ସମ୍ପୂର୍ଣ୍ଣ ସୁସ୍ଥଥିବାର ଜଣାଯିବା ପରେ କୁଲଡ଼ିହାରେ ଛଡାଯାଇଥିବାର ସୋର ୱାଇଲ୍ଡ ଲାଇଫ ରେଞ୍ଜ ଅଫିସର ବବିତା ସରେନ ସୂଚନା ଦେଇଛନ୍ତ । ହଦଗଡ଼ ଓ କୁଲଡ଼ିହାରେ ଯଥେଷ୍ଟ ହରିଣ ଥିବାରୁ ଖାଦ୍ୟ ଅନ୍ୱେଷଣରେ ବାଟହୁଡ଼ି ଆସିଥାଇପାରେ ବୋଲି ରେଞ୍ଜ ଅଫିସର ସୂଚନା ଦେଇଛନ୍ତି ।