ଋଷ ସହ ବୈପାରିକ ସମ୍ପର୍କ ଗଢୁଛି ଭାରତ, ଚେତାବନୀ ଦେଲା ଆମେରିକା
ନୂଆଦିଲ୍ଲୀ : ଆମେରିକା ଶିକାରରେ ଏବେ ଋଷ । ଋଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି ଆମେରିକା । ଯାହାକୁ ପାଶ୍ଚାତ୍ୟ ଦେଶମାନେ ସପୋର୍ଟ କରିଛନ୍ତି । ହେଲେ ଭାରତ ଆମେରିକା ସପକ୍ଷରେ ଥାଇ ମଧ୍ୟ ଋଷ ସହ ବୈପାରିକ ସମ୍ପର୍କ ଗଢୁଛି । ଯାହାକୁ ଆମେରିକା ସଫାସଫା ବିରୋଧ କରିଛି । ଏଥିପାଇଁ ଭାରତକୁ ଆମେରିକା ଧମକ ଦେଇଛି । ଯଦି ଭାରତକୁ କେବେ ଚୀନ ଆକ୍ରମଣ କରେ ତେବେ ଆମେରିକା ସାହାଯ୍ୟ କରିବାକୁ ଆଗେଇ ନାହିଁ ବୋଲି ଚେତାବନୀ ଦେଇଛି । ୟୁକ୍ରେନ ଆକ୍ରମଣ ପରଠାରୁ ଋଷ ଉପରେ ଆମେରିକା ବିଭିନ୍ନ ପ୍ରତିବନ୍ଧକ ଲଗାଇଛି । ନିଜେ ଓ ଅନେକ ପାଶ୍ଚାତ୍ୟ ଦେଶ ବ୍ୟତୀତ ଆମେରିକା ଅନ୍ୟ ଦେଶରୁ ମଧ୍ୟ ସମାନ ଆଶା କରୁଛି । ତଥାପି ଆମେରିକାର ପ୍ରତିବନ୍ଧକ ପରେ ବି ଭାରତ ଋଷ ସହିତ ନିଜର ସମ୍ପର୍କକୁ ପ୍ରଭାବିତ କରିବାକୁ ଦେଇନାହିଁ । ସେଥିପାଇଁ ଆମେରିକା ଋଷରୁ ଭାରତକୁ ଶକ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ଆମଦାନିରେ ବୃଦ୍ଧି ଦେଖିବାକୁ ଚାହୁଁନାହିଁ ।
ଭାରତ ଦ୍ୱାରା ଋଷର ତୈଳ ଆମଦାନୀ ରେ ବୃଦ୍ଧି ଏକ ବଡ଼ ବିପଦରେ ପକାଇପାରେ । କାରଣ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଆମେରିକା ମସ୍କୋ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି ବୋଲି ଜୋ ବାଇଡେନଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଋଷ ବିରୋଧରେ ଆମେରିକାର ବର୍ତ୍ତମାନର ପ୍ରତିବନ୍ଧକ ଅନ୍ୟ ଦେଶମାନଙ୍କୁ ଋଷର ତୈଳ କିଣିବାକୁ ବାରଣ କରେ ନାହିଁ, କିନ୍ତୁ ଏହିପରି ଚେତାବନୀ ଆଶଙ୍କା ସୃଷ୍ଟି କରିଛି ଯେ ଆମେରିକା ଅନ୍ୟ ଦେଶର କ୍ରୟକୁ ସାଧାରଣ ସ୍ତରରେ ସୀମିତ ରଖିବାକୁ ଚେଷ୍ଟା କରିବ । ଆମେରିକାକୁ ଭାରତ ଦ୍ୱାରା ଋଷ ଠାରୁ ତୈଳ କ୍ରୟ କରିବାରେ କୌଣସି ଆପତ୍ତି ନାହିଁ । କିନ୍ତୁ ସର୍ତ୍ତ ଏହା ହେଉଛି ଯେ ସେ ଗତ ବର୍ଷ ତୁଳନାରେ ଅଧିକ ତୈଳ କ୍ରୟ ନ କରନ୍ତୁ । ଯଦି ଭାରତ ଋଷ ସହ ବ୍ୟବସାୟକୁ ଟଙ୍କା କିମ୍ୱା ଡଲାର ମାଧ୍ୟମରେ ପୈଠ କରିବା ଜାରି ରଖେ ତ ୱାଶିଂଟନ୍ କୌଣସି ସମସ୍ୟା ନାହିଁ ।
ସେପଟେ ଆମେରିକାର ଡେପୁଟି ନ୍ୟାସନାଲ ସେକ୍ରେଟାରୀ ଦଲିପ ସିଂ କହିଛନ୍ତି ଯେ ୟୁକ୍ରେନ ଆକ୍ରମଣ ପରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ରୋକିବାକୁ ଚେଷ୍ଟା କରୁଥିବା ଦେଶ ଏହାର ପରିଣାମ ଭୋଗିବେ । ଶୀର୍ଷ ଆମେରିକୀୟ-ଭାରତୀୟ ଉପଦେଷ୍ଟା ଓ ମସ୍କୋ ବିରୁଦ୍ଧରେ ୱାଶିଂଟନ ତରଫରୁ ଦଣ୍ଡାତ୍ମକ ଆର୍ଥିକ ପ୍ରତିବନ୍ଧକ ଲଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଦଲିପ ସିଂ ୟୁକ୍ରେନ ବିରୁଦ୍ଧରେ ଋଷର “ଅନ୍ୟାୟ ଯୁଦ୍ଧ” ର ଫଳାଫଳ ଉପରେ ଭାରତ ସହ ଗଭୀର ଭାବରେ ପରାମର୍ଶ କରିବା ପାଇଁ ନୂଆଦିଲ୍ଲୀ ଆସିଛନ୍ତି । ଏହା ସହ ଆମେରିକାର ଡେପୁଟି ନ୍ୟାସନାଲ ସେକ୍ରେଟାରୀ କହିଛନ୍ତି ଯେ ଆମେରିକା ଓ ଭାରତ ଭଳି ବନ୍ଧୁମାନେ “ରେଡ୍ ଲାଇନ୍” ନିର୍ଦ୍ଧାରିତ କରନ୍ତି ନାହିଁ ।