କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା, ସ୍ପଟ ଉପରକୁ ଶର୍ମିଷ୍ଠାଙ୍କୁ ନେଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମାନସକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିବା ପରେ ଗତକାଲି ୪ ଅପରାଧୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଟକୁ ନିଆଯାଇଥିବା ବେଳେ ଆଜି ଶର୍ମିଷ୍ଠାଙ୍କୁ ସ୍ପଟ ଉପରକୁ ନେଇଛି କ୍ରାଇମବ୍ରାଞ୍ଚ । ଯେଉଁ ଦୟାଲ ଆଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିଲା ସେଠାକୁ ଶର୍ମିଷ୍ଠାଙ୍କୁ ନେଇ ଯାଇଛି କ୍ରାଇମବ୍ରାଞ୍ଚ । କ୍ରାଇମ୍ବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ତାଙ୍କ ସହଯୋଗୀ ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରାଜ କମ୍ୟୁନିକେସନ୍ର ମାଲିକ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରା ଉଚୁରା ଜାରି ରଖିଛି ।
ସେପଟେ ମାନସ ବ୍ୟବହାର କରୁଥିବା ଚପଲ ଅଧା ପୋଡା ଅବସ୍ଥାରେ ମିଳିଛି । ମୋବାଇଲ୍ ଇୟର ଫୋନ୍ ବି ଜବତ କରିଛି କ୍ରାଇମବ୍ରାଞ୍ଚ । ଅଖା ବସ୍ତା ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ଏଭଳି କରିଥିବା ପୋଲିସ ଆଗରେ ସତ ଓଗାଳିଛି ଅଭିଯୁକ୍ତ ରାଜ । ମାନସକୁ ହତ୍ୟା ପାଇଁ ପ୍ରମାଣ ଲୁଚାଇବା ପାଇଁ ଚଣ୍ଡିଖୋଲ ଆସିଥିଲେ ଅଭିଯୁକ୍ତ ।