ଭାରତୀୟ ସେନାରେ ସାମିଲ ହେବାକୁ ବଢୁଛି ମହିଳାଙ୍କ ଆଗ୍ରହ
ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହେବାକୁ ବଢୁଛି ମହିଳାଙ୍କ ଆଗ୍ରହ । ଦେଶର ସୁରକ୍ଷା ବଜାୟ ରଖିବାକୁ ଭାରତୀୟ ମହିଳାମାନେ ଅଧିକ ମାତ୍ରାରେ ଆଗେଇ ଆସୁଛନ୍ତି । ଲୋକସଭାରେ ସୂଚନା ଦେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଭାରତୀୟ ସେନାରେ ବର୍ତ୍ତମାନ ସୁଦ୍ଧା ୧୦ହଜାର ୪୯୩ଜଣ ମହିଳା ନିୟୁକ୍ତି ପାଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ଜଣ ଲଢୁଆ ବିମାନର ପାଇଲଟ ହୋଇଥିବା ବେଳେ ୨୦ଜଣ ଯୁଦ୍ଧତରୀରେ କାମ କରୁଛନ୍ତି ।
ସ୍ଥଳସେନାରେ ୧,୭୦୫, ବାୟୁସେନାରେ ୧,୬୪୦ ଓ ଜଳସେନାରେ ୫୫୯ଜଣ ମହିଳା ଅଫିସର କାର୍ଯ୍ୟ କରୁଛନ୍ତି । ୬,୫୮୯ଜଣ ମହିଳା ଆର୍ମିର ମେଡିକାଲ ସର୍ଭିସରେ ନିୟୋଜିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪,୭୩୪ଜଣ ସିଲିଟାରୀ ନର୍ସିଂ ସର୍ଭିସ ଓ ୧,୮୫୫ଜଣ ଆର୍ମି ମେଡିକାଲ ଓ ଡେଣ୍ଟାଲ ସର୍ମିସରେ କାମ କରୁଛନ୍ତି । ଆର୍ମିର ୧୦ଟି ବିଭାଗ ଯଥା ଇଞ୍ଜିନିୟରିଂ, ସିଗ୍ନିନାଲ, ଆର୍ମି ଅର୍ଡିନାନ୍ସ, ଆର୍ମି ସର୍ଭିସ, ଇଲୋଟ୍ରୋନିକ୍ସ ଓ ଇଞ୍ଜିନିୟରିଂ, ଆର୍ମି ଆଭିଏସନ, ଇଣ୍ଟେଲଜେନ୍ସି, ଜଜ ଆଡଭୋକେଟ ବ୍ରାଞ୍ଚ ଓ ଆର୍ମି ଏଜୁକେସନରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇଛି ।