୪ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ

ଢେଙ୍କାନାଳ : ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ୪ ଜଣ ଭିନ୍ନକ୍ଷମ ବ୍ୟକ୍ତି ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ସେମାନଙ୍କୁ ପ୍ରତେକ ୨,୫୦,୦୦୦/- ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ ରାଶି ଜିଲାପାଳ ସରୋଜ କୁମାର ସେଠି ପ୍ରଦାନ କରିଥିଲେ । ଗନ୍ଦିଆ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ତ୍ରିଲୋଚନ ମାଝୀ ଏବଂ ସଜନୀ କବି, ଅର୍ଣ୍ଣପୁର ଗ୍ରାମର ଅବନୀ ମୋହନ ସାହୁ ଏବଂ ପ୍ରଞ୍ଜାମୟୀ ସାହୁ, କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବୁଦ୍ଧିଵିଲୀ ଗ୍ରାମର ସୁନୀଲ କୁମାର ବେହେରା ଏବଂ ଲିପିକା ସାହୁ, ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ପୁର ଗ୍ରାମର କୃପାସିନ୍ଧୁ ଦେହୁରୀ ଏବଂ ମାଣ୍ଡିଆ ଦେହୁରୀଙ୍କୁ ଏହି ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା l
ସୂଚନା ଯେ, ଜଣେ ୪୦% ରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ଯଦି ସାଧାରଣ ବ୍ୟକ୍ତିଙ୍କୁ ବିବାହ କରେ, ତାହେଲେ ଏହି ଦମ୍ପତିଙ୍କୁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଂଶକ୍ତି କରଣ ବିଭାଗ ତରଫରୁ ବିବାହ ପ୍ରୋତ୍ସାହନ ରାଶି ବାବଦ ରେ ୨,୫୦,୦୦୦/- ଟଙ୍କା ପ୍ରଦାନ କରାଯାଇଥାଏ l ଚଳିତ ବର୍ଷ ଢେଙ୍କାନାଳ ଜିଲାରେ ମୋଟ ୧୫ ଗୋଟି ଏବଂ ବର୍ତମାନ ସୁଦ୍ଧା ସର୍ବମୋଟ ୫୬ ଜଣ ଦମ୍ପତିଙ୍କୁ ଏହି ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବାର ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ପ୍ରକାଶ କରିଛନ୍ତି ।