ସୁଲୋଚନା ଭୁବନେଶ୍ୱର ମେୟର
ସ୍ୱପ୍ନର ଭୁବନେଶ୍ୱର ନିର୍ମାଣ କରିବୁ: ସୁଲୋଚନା ଦାସ
ବିଜେପିର ସୁନୀତି ମୁଣ୍ଡଙ୍କୁ ୬୧ ହଜାର ଭୋଟ୍ ହରାଇଲେ
ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ନୂଆ ମେୟର ହେବେ ସୁଲୋଚନା ଦାସ । ବିଜେଡିର ମେୟର ପ୍ରାର୍ଥୀନୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱରବାସୀ ବିଜୟୀ କରାଇଛନ୍ତି । ସୁଲୋଚନା ଦାସ ୬୧ ହଜାର ୧୪୩ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରାର୍ôଥନୀ ବିଜେପିର ସୁନୀତି ମୁଣ୍ଡଙ୍କୁ ପରାସ୍ତ କରିଛନ୍ତି । ସୁଲୋଚନାଙ୍କୁ ୧,୭୪,୫୬୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ତଥା ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ସୁନୀତି ମୁଣ୍ଡଙ୍କୁ ୧,୧୩ ,୪୧୯ ଖଣ୍ଡ ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ôଥନୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୧୧୦୦୬ ଖଣ୍ଡ ଭୋଟ ମିଳିଛି ।
ବିଜୟୀ ହେବା ପରେ ସୁଲୋଚନା ଦାସ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି । ସେହିପରି ବିଏମସି ମେୟର ବିଜୟ ପରେ ସୁଲୋଚନାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବହୁ ଶୁଭେଚ୍ଛୁ ସୁଲୋଚନାଙ୍କୁ ଫୁଲତୋଡା ଦେଇ ଓ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁଲୋଚନା କହିଛନ୍ତି ଯେ ଭୁବନେଶ୍ୱରବାସୀ ନବୀନ ବାବୁଙ୍କ ନେତୃତ୍ୱ ଓ ବିଜୁ ଜନତା ଦଳ ପ୍ରତି ଆସ୍ଥା ରଖିଛନ୍ତି, ମୁଁ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ । ମୋର ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବି ଯିଏ ମୋତେ ଭୁବନେଶ୍ୱରବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି ବୋଲି କହିଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ।
ସେ ଆହୁରି କହିଛନ୍ତି ଯେ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ପ୍ରୟାସ ରହିଛି ଆମେ ନିଶ୍ଚିତ ଆଗକୁ ନେବୁ । ଆମେ ସମସ୍ତେ ମିଶି ସ୍ୱପ୍ନର ଭୁବନେଶ୍ୱର ନିର୍ମାଣ କରିବୁ । ଭୁବନେଶ୍ୱରର ବିକାଶକୁ ତ୍ୱରାନ୍ୱିତ କରିବା ସହ ପ୍ରତି ଲୋକଙ୍କ ନିକଟରେ ପହଂଚିବୁ ।ଅପରପକ୍ଷରେ ରାଜଧାନୀର ଅଧିକାଂଶ ୱାର୍ଡରେ ବିଜେଡିର କର୍ପୋରେଟର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି ।୬୭ଟି ୱାର୍ଡରୁ ୪ଟିକୁ ଛାଡ଼ି ଦେଲେ ବାକି ସବୁର ଫଳାଫଳ ଆସିଯାଇଛି । ସେଥିରୁ ୪୪ଟିରେ ବିଜେଡିର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପିକୁ ମାତ୍ର ୧୦ଟି ଆସନ ମିଳିଛି । ସେହିପରି ୯ଟିରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନି । କେଉଁ ୱାର୍ଡରେ କେଉଁ ଦଳର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ନିମ୍ନରେ ସେମାନଙ୍କର ସୂଚୀ ପ୍ରଦାନ କରାଗଲା ।
ୱାର୍ଡ ୧- ବିଜେଡି ମିହିର ରାଉତ
ୱାର୍ଡ ୨- ବିଜେଡି ମୋନାଲିସା ବେହେରା
ୱାର୍ଡ ୩- ବିଜେପି ଲକ୍ଷ୍ମୀ ପ୍ରିୟା ପରିଡା
ୱାର୍ଡ ୪- ବିଜେପି ସୁକୁମାର ସାହୁ
ୱାର୍ଡ ୫- ବିଜେଡି ମିନୁଶ୍ରୀ ଖୁଂଟିଆ
ୱାର୍ଡ ୬- ବିଜେଡି ପ୍ରୀତିନନ୍ଦା ରାଉତରାୟ
ୱାର୍ଡ ୭- ବିଜେପି ଜସୋଧରା ପ୍ରଧାନ
ୱାର୍ଡ ୮- ବିଜେଡି ଲାଲ ମୋହନ ଟୁଡୁ
ୱାର୍ଡ ୯- ସ୍ୱାଧୀନ ସସ୍ମିତା ସାହୁ
ୱାର୍ଡ ୧୦- ବିଜେଡି ସେକ ନୁର ହାସନ
ୱାର୍ଡ ୧୧- ବିଜେଡି ପ୍ରଭାସିନୀ ମହାନ୍ତି
ୱାର୍ଡ ୧୨- ବିଜେଡି ଜୟନ୍ତୀ ସାହୁ
ୱାର୍ଡ ୧୩- ସ୍ୱାଧୀନ ଇତିଶ୍ରୀ ଦାସ
ୱାର୍ଡ ୧୪- ବିଜେଡି ମନୋଳିସା ସାହୁ
ୱାର୍ଡ ୧୫- ସ୍ୱାଧୀନ ପିଙ୍କି ସ୍ୱାଇଁ
ୱାର୍ଡ ୧୬- ବିଜେଡି ଅଚ୍ୟୁତାନନ୍ଦ ସ୍ୱାଇଁ
ୱାର୍ଡ ୧୭ – ବିଜେଡି ପୂଜା ମହାରଣା
ୱାର୍ଡ ୧୮-
ୱାର୍ଡ ୧୯-
ୱାର୍ଡ ୨୦- ବିଜେଡି ପ୍ରେମାନନ୍ଦ ଜେନା
ୱାର୍ଡ ୨୧-
ୱାର୍ଡ ୨୨-
ୱାର୍ଡ ୨୩- ବିଜେଡି କିରଣବାଲା ମାଝି
ୱାର୍ଡ ୨୪- ସ୍ୱାଧୀନ ଦୀପକ ମିଶ୍ର
ୱାର୍ଡ ୨୫- ବିଜେଡି ମାନସୀ ରାଣୀ ସୁନ୍ଦରାୟ
ୱାର୍ଡ ୨୬ – ବିଜେଡି ଭାରତୀ ସିଂ
ୱାର୍ଡ ୨୭- ବିଜେଡି ଶୁଭ୍ରାଂଶୁ ଶେଖର ପଟ୍ଟନାୟକ
ୱାର୍ଡ ୨୮- ବିଜେଡି ଝରଣା ରାଣୀ ପତି
ୱାର୍ଡ ୨୯- ବିଜେପି ଅପରୁପ ନାରାୟଣ ରାଉତ
ୱାର୍ଡ ୩୦ – ବିଜେଡି ରାଜକିଶୋର ଦାସ
ୱାର୍ଡ ୩୧- ବିଜେଡି ରାଜା ମହାପାତ୍ର
ୱାର୍ଡ ୩୨- ବିଜେଡି ଶ୍ରୀଧର ଜେନା
ୱାର୍ଡ ୩୩- ବିଜେପି ଧରିତ୍ରୀ ଜେନା
ୱାର୍ଡ ୩୪- ବିଜେଡି ପୁଷ୍ପାଞ୍ଜଳି ସେଠୀ
ୱାର୍ଡ ୩୫- ବିଜେଡି ରଞ୍ଜୁଲତା ରାୟ
ୱାର୍ଡ ୩୬- ବିଜେଡି ଅଲ୍ଲିଅଳି ମଲିକ
ୱାର୍ଡ ୩୭ ସ୍ୱାଧୀନ ବନ୍ଦିତା ପାଲ
ୱାର୍ଡ ୩୮- ବିଜେଡି ପଦ୍ମଜା ପ୍ରିୟଦର୍ଶୀ ଜେନା
ୱାର୍ଡ ୩୯- ବିଜେପି ଗୀତାଞ୍ଜଳି ସାହୁ
ୱାର୍ଡ ୪୦- ବିଜେଡି ଆସିୟା ବେଗମ
ୱାର୍ଡ ୪୧- ବିଜେଡି କବିତା ସ୍ୱାଇଁ
ୱାର୍ଡ ୪୨- ବିଜେଡି ଆଶିଷ କୁମାର ପଟ୍ଟନାୟକ
ୱାର୍ଡ ୪୩- ବିଜେଡି ଭରତ କୁମାର ଲେଙ୍କା
ୱାର୍ଡ ୪୪- ବିଜେଡି ଅଜିତ ବେହେରା
ୱାର୍ଡ ୪୫- ବିଜେଡି ଅମରେଶ ଜେନା
ୱାର୍ଡ ୪୬- ସ୍ୱାଧୀନ ପୁଷ୍ପିତା ରାଉତ
ୱାର୍ଡ ୪୭- ବିଜେଡି ସମିତା ମହାନ୍ତି
ୱାର୍ଡ ୪୮- ବିଜେପି ସୁଚିତ୍ରା ପାତ୍ର
ୱାର୍ଡ ୪୯- ବିଜେଡି ପୁଷ୍ପିତା ପଟ୍ଟନାୟକ
ୱାର୍ଡ ୫୦- ବିଜେଡି ରାମଚନ୍ଦ୍ର ରଣସିଂହ
ୱାର୍ଡ ୫୧- ବିଜେଡି ବିନୟନି ଜେନା
ୱାର୍ଡ ୫୨- ବିଜେଡି ଶ୍ରୀଧର ବେହେରା
ୱାର୍ଡ ୫୩- ବିଜେଡି ମହାମାୟା ସ୍ୱାଇଁ
ୱାର୍ଡ ୫୪- ବିଜେଡି ଶିବ ପ୍ରସାଦ ବେହେରା
ୱାର୍ଡ ୫୫ ବିଜେଡି ନୃପେସ ନାୟକ
ୱାର୍ଡ ୫୬ ବିଜେଡି କେ ଶାନ୍ତି
ୱାର୍ଡ ୫୭- ବିଜେଡି ସନ୍ତୋଷ କୁମାର ସିଂ
ୱାର୍ଡ ୫୮- ସ୍ୱାଧୀନ ନମିତା ମହାପାତ୍ର
ୱାର୍ଡ ୫୯ ବିଜେଡି ବିରଞ୍ଜିନରାୟଣ ମହାସୁପକାର
ୱାର୍ଡ ୬୦- ସ୍ୱାଧୀନ ଚନ୍ଦ୍ର ଶେଖର ମାଲିଆ
ୱାର୍ଡ ୬୧- ବିଜେଡି ଶିବପ୍ରସାଦ ରାୟ
ୱାର୍ଡ ୬୨- ବିଜେଡି ଚାରୂଲତା ସାମନ୍ତରାୟ
ୱାର୍ଡ ୬୩- ବିଜେପି ସୁଜାତା ଛୋଟରାୟ
ୱାର୍ଡ ୬୪- ବିଜେଡି ସକିବା ମୁସାରଫ
ୱାର୍ଡ ୬୫ ସ୍ୱାଧୀନ ରଶ୍ମିରେଖା ପାଟଶାଣୀ
ୱାର୍ଡ ୬୬- ବିଜେଡି ଛବି ଦାସ
ୱାର୍ଡ ୬୭- ବିଜେପି ମଧୁସ୍ମିତା ପ୍ରଧାନ