ଉପକୂଳରେ ବଢ଼ିବ ତାତି, ୨୮ରୁ ଅସହ୍ୟ ହେବ ଗରମ
ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ହେଉଛି ଗରମ । ବଢୁଛି ତାତି । ଉପକୂଳରେ ବି ଧୀରେ ଧୀରେ ତାତି ବଢ଼ିବ । ୨୮ ତାରିଖରୁ ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳରେ ତାତି ବଢ଼ିବ । ବର୍ଷା ହେବାର ସମ୍ଭାବନା ନାହିଁ । କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡା. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ଶନିବାର କାଁ ଭାଁ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ହେଲେ ରବିବାରଠାରୁ ୩ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ସମ୍ଭାବନା ନାହିଁ । ଉପକୂଳରେ ସ୍ୱାଭାବିକ ତାତି ରହିବ ବୋଲି ବିଶ୍ୱାସ ଆକଳନ କରିଛନ୍ତି ।