କୋଭିଡ୍ରେ ଚାଲିଗଲେ ଫୁଟବଲ ମ୍ୟାଚ୍ କମିଶନର
ଝାରସୁଗୁଡ଼ା : ସେଣ୍ଟମେରି ସ୍କୁଲର ପୁରାତନ ଖେଳ ଶିକ୍ଷକ ତଥା ଝାରସୁଗୁଡା ଜିଲ୍ଳା କ୍ରୀଡା ସଂଘ ର ବରିଷ୍ଠ ସଦସ୍ୟ କୋଡେନ ଡୈାସେନ୍ (୫୭ବର୍ଷ) କୋଭିଡ-୧୯ ରେ ବୁର୍ଲ୍ଳା ଡାକ୍ତର ଖାନାରେ ଚିକିତ୍ସା ଅବସ୍ଥାରେ ଆଜି ମୃତ୍ୟୁ ବରଣ କରି ଥିବା ଖବର ଝାରସୁଗୁଡା ରେ ପହଚିଂବା ପରେ ଶୋକ ର ଛାୟା ଛାତ୍ର,ଛାତ୍ରୀ,ଅଭିଭାବକ ମଧ୍ୟରେ ଖେଳି ଯାଇଛି । ତାଙ୍କ ଠାରୁ ଶିକ୍ଷା ଲାଭ କରି ଥିବା ବହୁ ଛାତ୍ର ଡାକ୍ତର ରହି ଥିଲେ ମଧ୍ୟ ନିଜ ଶିକ୍ଷକ ଙ୍କୁ ବଚାଂଇ ପାରି ନାହଁନ୍ତି । ସେ ଝାରସୁଗୁଡା ଜିଲ୍ଳା ଫୁଟବଲ ମନୋୟନ କମିଟିର ସଦସ୍ୟ ରହିବା ସହିତ ଫୁଟବଲ ମ୍ୟାଚ କମିଶନ ଭାବରେ ୧୦ ବର୍ଷରୁ ଉର୍ଦ୍ଧ ଧରି ରହି ଆସି ଥିଲେ । ତାଙ୍କର କାର୍ଯ୍ୟ କାଳ ମଧ୍ୟରେ ଫୁଟବଲ ଖେଳର ଉନ୍ନତି ପାଇଁ ଝାରସୁଗୁଡାର ସ୍କୁଲ ଖେଳି ମାନଙ୍କୁ ପ୍ରଶିକ୍ଷଣ ଦେଊ ଥିଲେ । ଝାରସୁଗୁଡ଼ା କ୍ରୀଡା ସଂଘର ସଂପାଦକ ତାପସ ରାୟ ଚଉଧରୀ , ବିଜୟ ବେହେରା , ଜୀବନ ମହାନ୍ତି, ପ୍ରଜ୍ଜଳ ପଟେଲ,ଡିଲେଶ୍ୱର ରାଓ, ମାନସ ଆଚାଂର୍ଯ୍ୟ ,ବିଜୟ ଦାସ,ମନୋଜ ଦାସ, ମୁନା ମହାନ୍ତି ,କମ୍ପାଉଡର ବେହେରା,ବ୍ରିଜେଜ ଶର୍ମା,ବିଷ୍ଟୁ ନାୟକ କ୍ଳେମେଟ ରୋନାଲଡ, ଗଭୀର ଶୋକ ପ୍ରକାଶ କରିଛନ୍ତି ।