ପରମାଣୁ ଅସ୍ତ୍ରର ବ୍ୟବହାର କରିପାରେ ଋଷ : କ୍ରେମଲିନ ମୁଖପାତ୍ର
ନୂଆଦିଲ୍ଲୀ : ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଭୟଙ୍କର ଲଢ଼େଇ । ପରମାଣୁ ଅସ୍ତ୍ରର କେବେ ହେବ ବ୍ୟବହାର । କାରଣ ଆଶଙ୍କା ରହିଛି ପରମାଣୁ ଅସ୍ତ୍ରର ବ୍ୟବହାର କରିପାରେ ଋଷ । ଏହି ସମୟରେ ଏକ ସାକ୍ଷାତକାରରେ କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ, ଋଷର ସୁରକ୍ଷା ନୀତିରେ ଦର୍ଶାଯାଇଛି ଯେ ଦେଶ ସେତେବେଳେ ପରମାଣୁ ଅସ୍ତ୍ର ବ୍ୟବହାର କରିବ, ଯେତେବେଳେ ଏହାର ଅସ୍ତିତ୍ୱ ପ୍ରତି ବିପଦ ରହିବ । ଋଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣର ୪ ସପ୍ତାହ ପରେ ଏହି ମନ୍ତବ୍ୟ ଆସିଛି, ଯେତେବେଳେ ପାଶ୍ଚାତ୍ୟ ଦେଶମାନେ ଏହି ବିବାଦକୁ ପରମାଣୁ ଯୁଦ୍ଧରେ ପରିଣତ କରିପାରେ ବୋଲି ଚିନ୍ତା ପ୍ରକଟ କରୁଛି ।
ପେସ୍କୋଭଙ୍କୁ ସାକ୍ଷାତକାରରେ ଏହି ପ୍ରଶ୍ନ ପଚାରା ଯାଇଥିଲା ଯେ ତାଙ୍କୁ ବିଶ୍ୱାସ ଅଛି କି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରମାଣୁ ଅସ୍ତ୍ର ବ୍ୟବହାର କରିବେ ନାହିଁ । ସେ କହିଛନ୍ତି ଯେ, “ଆମେ ଘରୋଇ ନିରାପତ୍ତାର ଅବଧାରଣା ରଖିଥାଉ ଓ ଏହା ସାର୍ବଜନୀନ ଅଛି, ଆପଣ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାରର ସମସ୍ତ କାରଣ ପଢ଼ିପାରିବେ । ତେଣୁ ଯଦି ଆମ ଦେଶର ଅସ୍ତିତ୍ୱ ପ୍ରତି ବିପଦ ଆସିବ, ତା’ହେଲେ ଏହାର ଅବଧାରଣା ଅନୁସାରେ ବ୍ୟବହାର କରାଯାଇହେବ ।” ଦେଶର ସୁରକ୍ଷା ଧାରଣା ବିଷୟରେ ସେ କହିଛନ୍ତି ଯେ, ଏଥିରେ ଅନ୍ୟ କୌଣସି କାରଣ ଉଲ୍ଲେଖ କରାଯାଇ ନାହିଁ ।
ଗତ ମାସରେ ପୁଟିନ ଋଷର ପରମାଣୁ ବାହିନୀକୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ଅନୁଯାୟୀ, ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ତା’ର ପରମାଣୁ କ୍ଷେପଣାସ୍ତ୍ର ବାହିନୀ ଓ ଉତ୍ତର ଏବଂ ପ୍ରଶାନ୍ତ ମହାସାଗରୀୟ ଜାହାଜକୁ ପ୍ରସ୍ତୁତ ରଖାଯାଇଛି । ମିଳିତ ଜାତିସଂଘ ର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ମାର୍ଚ୍ଚ ୧୪ରେ କହିଛନ୍ତି ଯେ ପରମାଣୁ ସଂଘର୍ଷର ସମ୍ଭାବନା ଏକଦା ଅକଳ୍ପନୀୟ ଥିଲା, ବର୍ତ୍ତମାନ ସମ୍ଭାବନାକୁ ଫେରି ଆସିଛି ।