ୟୋ ୟୋ ଟେଷ୍ଟରେ ଫେଲ୍ ମାରିଲେ ପୃଥ୍ଵୀ
ନୂଆଦିଲ୍ଲୀ : ୟୋ ୟୋ ଟେଷ୍ଟରେ ଫେଲ୍ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ପୃଥ୍ଵୀ ଶ। ଏବେ ସେ ଆଇପିଏଲ ୨୦୨୨ ଖେଳି ପାରିବେ କି ନାହିଁ ପ୍ରଶ୍ନ ଉଠିଛି ? ବିସିସିଆଇ ଅଧିକାରୀ କହିଛନ୍ତି ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତୀୟ ଖେଳାଳିଙ୍କ ୟୋ ୟୋ ଟେଷ୍ଟ କରାଯାଇଥିଲା। ଏଥିରେ ପୃଥ୍ଵୀ ଶଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସାମିଲ୍ ଥିଲେ।
ତେବେ ପୃଥ୍ଵୀ ଶ ୟୋ ୟୋ ଟେଷ୍ଟରେ ଫେଲ୍ ହୋଇଛନ୍ତି। ମାତ୍ର ସେ ଆଇପିଏଲ ୨୦୨୨ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି ପାରିବେ। ୟୋ ୟୋ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପାଇଁ ଖେଳାଳିଙ୍କୁ ଅତି କମରେ ୧୬.୫ ଅଙ୍କ ଦରକାର। କିନ୍ତୁ ଶ କେବଳ ୧୫ ଅଙ୍କ ହାସଲ କରିଥିଲେ। ମାତ୍ର ବିସିସିଆଇ ସ୍ପଷ୍ଟ କରିଛନ୍ତି ଯେ, ପୃଥ୍ଵୀ ଶ ଆଇପିଏଲ ଖେଳି ପାରିବେ। କାରଣ ସେ ବିସିସିଆଇ ବାର୍ଷିକ ଅନୁବନ୍ଧରେ ସାମିଲ୍ ନାହାନ୍ତି। ଅନ୍ୟପଟେ ଶ ଲଗାତାର ରଣଜୀ ଟ୍ରଫି ଖେଳିଛନ୍ତି। ତେଣୁ ଆଇପିଏଲରେ ତାଙ୍କର ଖେଳିବା ନେଇ କୌଣସି ସମସ୍ୟା ନାହିଁ ବୋଲି ବିସିସିଆଇ କହିଛି।