ପୋଲିସକୁ ଆଉ ଏକ ସଫଳତା ! ପରିଚାରିକା କରିବେ ନକଲି ଡାକ୍ତରର ପର୍ଦ୍ଦାଫାସ
ଭୁବନେଶ୍ୱର : ନକଲି ଠକ ଡାକ୍ତର ରମେଶ ସ୍ୱାଇଁ ଗିରଫ ଘଟଣରେ ପୋଲିସକୁ ମିଳିଲା ଆଉ ଏକ ସଫଳତା। ତଦନ୍ତରେ ଆସିଲା ନୂଆ ମୋଡ଼ । ପୁଲିସ ପାଇଲା ପରିଚାରିକାଙ୍କ ସନ୍ଧାନ। ପୂର୍ବରୁ ଠକ ଡାକ୍ତର ରମେଶର ଡ୍ରାଇଭର ପୁଲିସ କବ୍ଜାରେ ଥିବା ବେଳେ ଏବେ ପରିଚାରିକା ର ସଂଧାନ ପାଇଛି ପୁଲିସ।
ଡ୍ରାଇଭର ଏବଂ ପରିଚାରିକା ଖୋଲିବେ ରମେଶ ଅପରାଧର ସମସ୍ତ ଚିଠା। ଦୀର୍ଘଦିନ ହେବ ନକଲି ଠକ ଡାକ୍ତର ରମେଶର ଡ୍ରାଇଭର ଭାବେ କାମ କରୁଥିବା ଚିତ୍ତରଞ୍ଜନ ଓରଫ ପପୁ ୧୨ ବର୍ଷ ଏବଂ ୨ବର୍ଷ ରମେଶଙ୍କ ଘରେ କାମ କରୁଥିବା ପରିଚାରିକା ହେଉଛନ୍ତି ସମସ୍ତ ଅପରାଧର ମୂକସାକ୍ଷୀ। ବିଭିନ୍ନ ସମୟରେ ନିଜର ପ୍ରୋଫାଇଲ , ନାଁ ଏବଂ ଠିକଣା ବଦଳାଇ ଏକାଧିକ ମାଟ୍ରିମୋନିଲ ସାଇଡ ରେ ଉପଲୋଡ଼ କରି ସୁନ୍ଦରୀ ଯୁବତୀଙ୍କୁ ଫସାଇ ବିବାହ କରୁଥିଲା ରମେଶ। ଏନେଇ ମୁହଁ ଖୋଲିଛନ୍ତି ପରିଚାରିକା
ପରିଚାରିକା କହିଛନ୍ତି ତାଙ୍କର ୨ ବର୍ଷର ଦରମା ଟଙ୍କା ଠକି ନେଇଛନ୍ତି ରମେଶ। ଡ୍ରାଇଭର ପପୁ , ଭଉଣୀ, ଭେଣେଇ ଥିଲେ ସମସ୍ତେ ଏହି କାର୍ଯ୍ୟକଳାପ ରେ ସଂଶ୍ଲିଷ୍ଟ। ସେପଟେ ଜେଲରେ ଥିବା ପିଙ୍କ ଡାକ୍ତର ରାମେଶକୁ ପୁଣି ରିମାଣ୍ଡରେ ଆଣି ପାରେ ପୁଲିସ। ରମେଶ ର ପାଲିଗ୍ରାଫ ଟେଷ୍ଟ ଫରେନସିକ ଲାବ୍ରୋଟୋରିରେ ସାରିଥିବା ବେଳେ ପୋଲିସ କୁ ଅନେକ ମିଛ କହିଛି ରମେଶ। ଅନ୍ୟପଟେ ରମେଶ, ତାଙ୍କ ପତ୍ନୀ, ଡ୍ରାଇଭର ପପୁ ଏବଂ ପରିଚାରିକା କୁ ନେଇ ସାମ୍ନାସାମ୍ନି ଜେରା କରିବ ବୋଲି ପୋଲିସ। ପରିଚାରିକା ଏବଂ ପୁଲିସ କହିବା ଅନୁଯାୟୀ ଆହୁରି ଅନେକ ଲୋକ ଏଥିରେ ସମ୍ପୃକ୍ତ ଅଛନ୍ତି। ପିଙ୍କ ଡାକ୍ତର ପୁଣି ଥରେ ରିମାଣ୍ଡରେ ଆସିବା ପରେ ସାମ୍ନାସାମ୍ନି ଜେରାରେ ସାମ୍ନାକୁ ଆସିବ ସମସ୍ତ ତଥ୍ୟ। ସେପଟେ ଭିଣୋଇର ପତ୍ତା ମିଳିନଥିବା ବେଳେ ପୁଲିସ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି କମିଶନରେଟ ପୁଲିସ।