କାମ କରୁଥିବା ବେଳେ ଭୁଶୁଡିଲା କାନ୍ଥ : ଜଣେ ମୃତ, ୨ ଆହତ

ଢେଙ୍କାନାଳ : ଘର ମରାମତି ବେଳେ ଅଘଟଣ । ଶ୍ରମିକ ମାନେ କାମ କରୁଥିବା ବେଳେ ଭୁଶୁଡି ପଡିଛି କାନ୍ଥ । ଫଳରେ କାନ୍ଥ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକମାନଙ୍କୁ ଉଦ୍ଧାର କରାଯାଏ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଢେଙ୍କାନାଳ ସହରର ଜବହାର ଚୌକର ଜଗୁ ସ୍ୱାଇଁଙ୍କ ଘର ମରାମତି ହେଉଥିଲା । ୬ଜଣ ଶ୍ରମିକମାନେ ଆସି ଏହି କାମ କରୁଥିଲେ । ତେବେ କାମ କରୁଥିବା ବେଳେ ପାଖରେ ଥିବା ଅସୁରକ୍ଷିତ କାନ୍ଥ ଭୁଶୁଡି ପଡିଥିଲା। ଯାହାଫଳରେ କିଛି ଶ୍ରମିକ କାନ୍ଥ ତଳେ ଚାପି ହୋଇଯାଇଥିଲେ । ତୁରନ୍ତ ଶ୍ରମିକମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ଲାଗି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସେପଟେ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏବେ ଯାଏଁ ମୃତ ଶ୍ରମିକଙ୍କ ପରିଚୟ ମିଳି ପାରିନଥିବା ବେଳେ ଗୁରୁତର ଶ୍ରମିକମାନେ ହେଲେ ସଦର ଥାନା ବିରଡ଼ିଆ ଗାଁର ଅଭିନ ନାୟକ ଓ ସୋଗର ପଶି ଗ୍ରାମର କରୁଣାକର ବେହେରା । ଆହତ ଶ୍ରମିକ ମାନେ ଏବେ ବିପଦ ମୁକ୍ତ ଥିବା ଜଣାପଡିଛି ।