ସିକେ ନାଇଡୁ ଟ୍ରଫି ନିମନ୍ତେ ଓଡ଼ିଶା ଦଳ ଘୋଷଣା, ନେତୃତ୍ୱ ନେବେ ରାଜେଶ
କଟକ : ଆସନ୍ତା ୨୨ରୁ ଆରମ୍ଭ ହେଉଥିବା ୨୫ ବର୍ଷରୁ କମ୍ ପୁରୁଷ ବର୍ଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିକେ ନାଇଡୁ ଟ୍ରଫି ନିମନ୍ତେ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଓସିଏ ପକ୍ଷରୁ କରାଯାଇଥିବା ଏହି ଘୋଷଣା ଅନୁସାରେ, ରାଜେଶ ମହାନ୍ତି ଉକ୍ତ ୨୨ ଜଣିଆ ଦଳର ନେତୃତ୍ୱ ନେବେ।
ଓଡ଼ିଶା ଟୁର୍ଣ୍ଣାମେଣ୍ଟରେ ଏଲିଟ ଗ୍ରୁପ-ସି’ରେ ସ୍ଥାନ ପାଇଛି। ଏହି ଗ୍ରୁପର ସମସ୍ତ ମ୍ୟାଚ୍ କେରଳର ତ୍ରିଭାନ୍ଦ୍ରମଠାରେ ଖେଳାଯିବ। ଓଡ଼ିଶା ତା’ର ପ୍ରଥମ ମୁକାବିଲା ଝାଡ଼ଖଣ୍ଡ ବିପକ୍ଷରେ ଖେଳିବ। ପ୍ରତିଯୋଗିତା ସକାଶେ ଦଳ ଆସନ୍ତା ୧୭ରେ କେରଳ ଅଭିମୁଖେ ଗସ୍ତ କରିବ ବୋଲି ରବିବାର ଓସିଏ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଘୋଷିତ ଦଳ: ରାଜେଶ ମହାନ୍ତି (ଅଧିନାୟକ), ଗୌରବ ଚୌଧୁରୀ, ମରୋଜୁ ପ୍ରଶାନ୍ତ, ରୋଶନ ପ୍ରସାଦ, ଦେବାଶିଷ ସାମନ୍ତରାୟ, କାର୍ତ୍ତିକ ବିଶ୍ୱାଳ, ଅନୀଲ ପରିଡ଼ା, ଶୁଭମ ଶତ୍ରୁଜିତ, ଶୁଭଙ୍କର ବିଶ୍ୱାସ, ଆଶୀର୍ବାଦ ସ୍ୱାଇଁ, କୃଷ୍ଣଚନ୍ଦ୍ର ବାରିକ, ସୌରଭ କୁମାର ଗୌଡ଼, କ୍ରିଷ୍ଣା ପଲାଇ, ସତ୍ୟକାମ ଭରଦ୍ୱାଜ, ରାଜକିଶନ ପଟେଲ, ସୌରଭ କନୌଜିଆ, ତାରିଣୀ ସ, ପ୍ରଶାନ୍ତ ରଣା, ତାପସ କୁମାର ଦାସ, ସୁନୀଲ କୁମାର ରାଉଳ, ସୁଶୀଲ କୁମାର ବାରିକ ଓ ସୁକେଶ ହୀରା। ସେହିପରି ଦଳର ମୁଖ୍ୟ କୋଚ୍ ଆର. ଶ୍ରୀକାନ୍ତ ରହିଥିବା ବେଳେ ନଟରାଜ ବେହେରା ବ୍ୟାଟିଂ କୋଚ୍, ରାକେଶ ମହାନ୍ତି ବୋଲିଂ କୋଚ୍ ଓ ସତବୀର ସିଂ ମ୍ୟାନେଜର ରହିଛନ୍ତି।