ଡ୍ୟୁଟିରେ ସହିଦ ହୋଇଥିବା ଯବାନଙ୍କ ପରିଜନଙ୍କୁ ସ୍ମାର୍ଟ ଫୋନ ବାଣ୍ଟିବ ଆଇଟିବିପି

ନୂଆଦିଲ୍ଲୀ : ସୀମାର ସୁରକ୍ଷାରେ ନିୟୋଜିତ ଆଇଟିବିପି ପକ୍ଷରୁ ଡ୍ୟୁଟିରେ ସହିଦ ସୈନିକଙ୍କ ପରିବାରକୁ କରାଯିବ ସାହାଯ୍ୟ । ବଣ୍ଟାଯିବ ୩୦୦ ସ୍ମାର୍ଟ ଫୋନ । ଡ୍ୟୁଟିରେ ସହିଦ ହୋଇଥିବା ଯବାନଙ୍କ ପରିଜନଙ୍କୁ ଏହି ଫୋନ ଦିଆଯିବ। ଆଇଟିବିପିର ବରିଷ୍ଠ ଅଧିକାରୀ କଥା ମୁଖପାତ୍ର ବିବେକ କୁମାର ପାଣ୍ଡେ ଶନିବାର ଏହି ସୂଚନା ଦେଇଛନ୍ତି।
ଅନ୍ୟପଟେ ଲୋଧୀ ରୋଡ ସ୍ଥିତ ସିଜିଓ ପରିସରରେ ଆଇଟିବିପିର ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୨ ଜଣ ବୀର ନାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆଇଟିବିପି ମୁଖପାତ୍ର ଶ୍ରୀ ପାଣ୍ଡେ ସୂଚନା ଦେଇ କହିଛନ୍ତି ଏହି କାର୍ଯ୍ୟକ୍ରମ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ଆଜାଦୀ କା ଅମୃତ ମହୋତ୍ସବର ଅଂଶ। ଡ୍ୟୁଟିରେ ନିୟୋଜିତ ଥିବା ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଆମ ବୀର ଯବାନଙ୍କ ପତ୍ନୀଙ୍କୁ ୩୦୦ ସ୍ମାର୍ଟଫୋନ ଦିଆଯିବ। ୧୯୭୨ ମସିହାରେ ଚୀନର ଆକ୍ରମଣ ପରେ ଆଇଟିବିପିର ଗଠନ କରାଯାଇଥିଲା । ପ୍ରାୟ ୯୦ ହଜାର ସୈନିକ ସହ ଆଇଟିବିପି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ଚୀନ ସହ ଜଡିତ ୩୪୮୮ କିଲୋମିଟର ସୀମା ରେଖାର ସୁକ୍ଷାର କରିଥାଏ।