ବକ୍ସ ଅଫିସରେ ଧମାଲ ମଚାଇଲା ‘ଦ କାଶ୍ମୀର ଫାଇଲ୍ସ’

ମୁମ୍ବାଇ : କାଶ୍ମୀରୀ ପଣ୍ଡିତଙ୍କ ଉପରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରର ଖୁବ୍ ବେଶୀ ପ୍ରଚାର ହୋଇ ନଥିଲା। ଏହାକୁ ସାରା ଦେଶରେ ବଛା ବଛା ମାତ୍ର ୬୩୦ ପରଦାରେ ହିଁ ରିଲିଜ କରାଇବାର ସୁଯୋଗ ମିଳିଲା। ଏହା ସତ୍ତ୍ୱେ ଏହି ଫିଲ୍ମ ବକ୍ସ ଅଫିସରେ ଯେଉଁ କମାଲ କରିଛି ତାହା ଆଚମ୍ବିତ କରିଦେବା ପରି। ଏହା ଏଇଥିପାଇଁ କାରଣ ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସ ଆଗରେ ଚାଲେଞ୍ଜ ବନି ଛିଡ଼ା ହୋଇଛି ‘ବାହୁବଳୀ’ ପ୍ରଭାସଙ୍କ ଗ୍ରାଣ୍ଡ ବଜେଟ ଫିଲ୍ମ ‘ରାଧେଶ୍ୟାମ’।
‘ରାଧେଶ୍ୟାମ’ ଚଳଚ୍ଚିତ୍ରରେ ଶାନଦାର ଭିଜୁଆଲ୍ସ, ଜୋରଦାର ବଜେଟ, ପ୍ରଭାସ ଏବଂ ପୂଜା ହେଗଡ଼େଙ୍କ ପରି ବଡ଼ ଆକ୍ଟର। ଅନ୍ୟପକ୍ଷରେ ‘ଦ କାଶ୍ମୀର ଫାଇଲ୍ସ’ ସ୍କେଲ ମାମଲାରେ ଥିଲା ଖୁବ୍ ସାଧାରଣ। ମାତ୍ର ଫିଲ୍ମର କଣ୍ଟେଣ୍ଟ ଯେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଏହା ପୁଣି ଥରେ ଟିକେଟ କାଉଣ୍ଟରରେ ସାବ୍ୟସ୍ତ ହୋଇଗଲା। ବଲିଉଡ୍ ବିଜନେସ ଏକ୍ସପର୍ଟ ତରଣ ଆଦର୍ଶଙ୍କ କୁହନ୍ତି, କାଶ୍ମୀରୀ ପଣ୍ଡିତଙ୍କ ସହ ଘଟିଥିବା ଲୋମଟାଙ୍କୁରା ଘଟଣାର କାହାଣୀ ‘ଦ କାଶ୍ମୀର ଫାଇଲ୍ସ’ ପ୍ରଥମ ଦିନ ବକ୍ସ ଅଫିସରେ ୩.୫୫ କୋଟି ଟଙ୍କା କଲେକ୍ସନ କରିଛି।
ମାତ୍ର ୬୩୦ ପାଖାପାଖି ସ୍କ୍ରିନରେ ରିଲିଜ ହୋଇଥିବା ଫିଲ୍ମ ହିସାବରେ ଏହି କଲେକ୍ସନ ବେଶ୍ ଅଧିକ। ‘ବକ୍ସ ଅଫିସ ଇଣ୍ଡିଆ’ର ପରିସଂଖ୍ୟାନ ମୁତାବକ ଏହା ତୁଳନାରେ ଶୁକ୍ରବାର ରିଲିଜ ହୋଇଥିବା ପ୍ରଭାସଙ୍କ ଚଳଚ୍ଚିତ୍ର ‘ରାଧେଶ୍ୟାମ’ ୪.୫୦ କୋଟିରୁ ଆରମ୍ଭ କରିଛି। ‘ରାଧେଶ୍ୟାମ’ର ଓପନିଂ ଫିଲ୍ମର ସ୍କେଲ ଏବଂ ପ୍ରଭାସଙ୍କ ଲୋକପ୍ରିୟତାକୁ ଦେଖି ଏହି ପରିମାଣ ଖୁବ୍ କମ୍ ବୋଲି କୁହାଯାଇ ପାରେ। ଏହାର ସିଧା ସିଧା ଅର୍ଥ ଏଇଆ ଯେ, ହିନ୍ଦୀଭାଷୀ ରାଜ୍ୟରେ ପ୍ରଭାସଙ୍କ ଏହି ପ୍ୟାନ୍ ଇଣ୍ଡିଆ ରିଲିଜକୁ ସେଭଳି ପ୍ରତିକ୍ରିୟା ମିଳିଲା ନାହିଁ ଯେମିତି ‘ବାହୁବଳୀ’ ଫ୍ରାଞ୍ଚାଇଜି କିମ୍ବା ‘ସାହୋ’ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ପ୍ରଭାସଙ୍କ ପରିସଂଖ୍ୟାନ କଥା କହିଲେ, ‘ସାହୋ’ର ବକ୍ସ ଅଫିସ କଲେକ୍ସନ ବି ଖୁବ୍ ଦମଦାର ନଥିଲା। ବିବେକ ଅଗ୍ନିହୋତ୍ରୀଙ୍କ ‘ଦ କାଶ୍ମୀର ଫାଇଲ୍ସ’ କଥା କହିବାକୁ ଗଲେ ଏହା ଉପତ୍ୟକାରେ କାଶ୍ମୀରୀ ପଣ୍ଡିତଙ୍କ ସହ ୯୦ ଦଶକରେ ହୋଇଥିବା ଭୟାନକ ଘଟଣାବଳୀର ଏକ ଡକ୍ୟୁମେଣ୍ଟ। ତେବେ ବିବେକ ଅଗ୍ନିହୋତ୍ରୀ ଏହି ଫିଲ୍ମ ରାଜନୀତିରେ ନିଜ ପାଇଁ ଗୋଟିଏ ପକ୍ଷକୁ ସିଧା ସିଧା ବାଛି ନେଇଛନ୍ତି। ଇତିହାସରେ ଯାହା କିଛି ବିତିଯାଇଛି, ତାକୁ ଚଳଚ୍ଚିତ୍ରଟି ସେହିଭଳି ଭୟଙ୍କର ଭାବେ ହିଁ ଦର୍ଶକଙ୍କ ଆଗରେ ଉପସ୍ଥାପନ କରିଛି।