ଅଶାନ୍ତ ବାଲେଶ୍ୱର : ଦୋକାନ ଭିତରେ ପଶି ଜଣଙ୍କୁ ହାଣିଲେ ଦୁର୍ବୃତ୍ତ
ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ବାଲେଶ୍ୱର : କିଛି ଦିନର ଶାନ୍ତ ପରେ ପୁଣି ଅଶାନ୍ତ ହୋଇଛି ବାଲେଶ୍ୱର । ଜନଗହଳି ପୂର୍ଣ୍ଣ ବଜାର ମଧ୍ୟରେ ଦୋକାନ ଭିତରେ ପଶି ଦୋକାନ ମାଲିକଙ୍କୁ ହାଣିଲେ ୩ ଦୁର୍ବୃତ୍ତ । ରାସ୍ତାରେ ଯାଉଥିବା ଲୋକେ ଦେଖଣାହାରୀ ପରି ଖାଲି ଦେଖିବା ସହ କିଛି ବୁଝି ପାରୁ ନଥିଲେ । ଆଉ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ବାଲେଶ୍ୱର ସହର ଆଜିମାବାଦ ମୁଖ୍ୟ ରାସ୍ତା ପାଶ୍ୱର୍ରେ ରହିଛି ସୁରଭି କଲେକ୍ସନ (ଡ୍ରେସ୍ ଦୋକାନ) । ଶନିବାର ସନ୍ଧ୍ୟା ୭ଟା ପରେ ଦୋକାନରେ ମାଲିକମାଲି ସାହାବାଜ ଖାନ୍ (୩୯) ବସିଥିଲେ । କିଛି ବୁଝିବା ପୂର୍ବରୁ ୩ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ତାଙ୍କୁ ତେଲେଙ୍ଗା କଟୁରୀ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ସାହାବାଜ୍ ଗୁରୁତର ହେବା ସହ ତଳେ ପଡ଼ିଯାଇଥିଲେ । ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ପାଇକ୍ ଯୋଗେ ପଳାଇ ଯାଇଥିଲେ । ସ୍ଥାନୀୟ ଲୋକ ତଥା ପାଶ୍ୱର୍ ଦୋକାନୀମାନେ ସାହାବାଜଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି ।