ଆଇସିସି ମହିଳା ବିଶ୍ୱକପ : ଭାରତକୁ ୬୨ ରନରେ ହରାଇଲା ନ୍ୟୁଜିଲାଣ୍ଡ
ହାମିଲଟନ: ଆଇସିସି ମହିଳା ବିଶ୍ୱକପର ଅଷ୍ଟମ ଲିଗରେ ଗୁରୁବାର ଭାରତ ଓ ଆୟୋଜକ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଥିଲେ । ନ୍ୟୁଜିଲାଣ୍ଡ ପାଖରୁ ଭାରତ ୬୨ ରନରେ ପରାସ୍ତ ହୋଇଛି । ମ୍ୟାଚ ଜରିଆରେ ନ୍ୟୁଜିଲାଣ୍ଡ ଠୁ ଗତ ଦ୍ୱିପାକ୍ଷିକ ସିରିଜ ପରାଜୟ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଥିବା ଭାରତର ସ୍ୱପ୍ନ ଚୁରମାର ହୋଇଛି ।
ହରମନପ୍ରୀତ କୌର ଓ ପୂଜା ବସ୍ତ୍ରାକାରଙ୍କ ଦମଦାର ବ୍ୟାଟିଂ ସତ୍ୱେ ପରାସ୍ତ ହୋଇଛି ଭାରତ । ହରମନପ୍ରୀତ କୌର ବ୍ୟାଟରୁ ବ୍ୟକ୍ତିଗତ ଦମଦାର ୭୧ ରନ କରିଥିଲା ଟିମ ଇଣ୍ଡିଆ । ତଥାପି ପରାସ୍ତ ହୋଇଛି ଭାରତ ପରିଣାମ ମ୍ୟାଚକୁ ହାତେଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡର ଅମେଲିଆ କେରଙ୍କ ଦମଦାର ପ୍ରଦର୍ଶନ ପାଇଁ ଦଳ ମ୍ୟାଚକୁ ଜିତି ନେଇଛି । ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛନ୍ତି ଆମେଲିଆ କେର । ୩ଟି ୱିକେଟ ମଧ୍ୟ ନେଇଛନ୍ତି ।ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୬୦ ରନ କରିଥିଲା ନ୍ୟୁଜିଲାଣ୍ଡ । ୨୬୧ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ । ସ୍ମିତି ମନ୍ଦାନା ଓ ୟସତିକା ଭାଟିଆ ଓପନିଂ କରିଥିଲେ । ମାତ୍ର ୬ ରନ କରି ସଅଳ ପାଭିଲିୟନ ଫେରିଥିଲେ ସ୍ମିତି । ଦିପ୍ତି ଶର୍ମା ମଧ୍ୟ ପଡିଆରେ ଅଧିକ ସମୟ ତିଷ୍ଠି ପାରି ନଥିଲେ । ୨୬ ରନରେ ଭାରତ ୨ ୱିକେଟ ହରାଇଥିଲା । ଏହାପରେ ଭାଟିଆ ଓ ମିଥାଲି ରାଜ ସ୍ଥିତି ସମ୍ଭାଳିଥିଲେ । ମିଥାଲି ୪୧ ରନ କରିବାର ସକ୍ଷମ ହୋଇଥିଲେ । ପରେ ପରେ ଭାରତର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ୨୫ ଓଭର ପରେ ଭାରତ ୭୫ ରନରେ ୩ ୱିକେଟ ହରାଇଥିଲା । ୪୬ ଓଭର ଖେଳି ୧୯୮ ରନ କରି ଅଲଆଉଟ ହୋଇଥିଲା ଓମେନ ଇନ ବ୍ଲୁ । ଭାରତ ପକ୍ଷରୁ ପୂଜା ବସ୍ତ୍ରାକାର ୩୪ ରନ ଦେଇ ୪ଟି ୱିକେଟ ନେଇଛନ୍ତି । ନ୍ୟୁଜିଲାଣ୍ଡର ଏମି ସାଟରୱେଟ ଓ ଅମେଲିଆ କେର ଯଥାକ୍ରମେ ୭୫ ଓ ୫୦ ରନର ପାରି ଖେଳିଛନ୍ତି । ପରବର୍ତୀ ମ୍ୟାଚରେ ୱେଷ୍ଟ ଇଣ୍ଡିଜକୁ ଭେଟିବ ଇଣ୍ଡିଆ । ଆଜିର ତ୍ରୁଟିକୁ ସୁଧାରି ମ୍ୟାଚ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ ।
ଭାରତୀୟ ଦଳ ପକ୍ଷରୁ ପୂଜା ଭସ୍ତ୍ରକାର ୧୦ ଓଭରରେ ୩୪ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ରାଜେଶ୍ୱରୀ ଗାଏକ୍ୱାଡ୍ ୨ଟି, ଝୁଲନ୍ ଗୋସ୍ୱାମୀ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ନ୍ୟୁଜିଲାଣ୍ଡର ଜଣେ ଖେଳାଳି ରନ୍ ଆଉଟ୍ ହୋଇଥିଲେ । ଏହା ପରେ ୨୬୧ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ତେବେ ଭାରତୀୟ ବ୍ୟାଟରମାନେ ଅତ୍ୟନ୍ତ ଧୀମା ଖେଳିଥିଲେ ଯାହା ଭାରତ ପାଇଁ କାଳ ପାଲଟିଥିଲା । ୫.୪ ଓଭରରେ ସ୍ମ୍ରିତି ମାନ୍ଧାନା ୨୧ଟି ବଲ ଖେଳି ୬ ରନରେ ଆଉଟ୍ ହୋଇଥିଲେ । ୟାସିକା ଭାଟିଆ ୨୮(୫୯ ବଲ୍), ଦୀପ୍ତି ଶର୍ମା ୫(୧୩ ବଲ୍), ମିଥାଲି ରାଜ୍ ୩୧(୫୬ ବଲ୍), ସ୍ନେହା ଶର୍ମା ୧୮(୨୮ ବଲ୍) ରନ୍ କରିଥିଲେ । ଭାରତ ତରଫରୁ ଏକା ହରମପ୍ରୀତ୍ କୌର୍ ଲଢୁଆ ଓ ଦ୍ରୁତ ଖେଳିଥିଲେ । ହରମପ୍ରୀତ୍ ୬୩ଟି ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ସହ ୭୧ ରନ୍ କରିଥିଲେ । ହରମପ୍ରୀତ୍ କୌରଙ୍କୁ ଅନ୍ୟ କେହି ଖେଳାଳି ସହଯୋଗ ନକରିବାରୁ ଭାରତ ୪୬.୪ ଓଭରରେ ମାତ୍ର ୧୯୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ଓ ୬୨ ରନରେ ପରାଜୟ ବରଣ କରିଥିଲା । ନ୍ୟୁଜିଲାଣ୍ଡ ତରଫରୁ ଲିଆ ତାହୁହୁ ଓ ଆମେଲିଆ କେର୍ ୩ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ହେଲି ଜେନ୍ସନ୍ ୨ଟି, ଜେସ୍ କେର୍ ଓ ହାନ୍ନା ରୱେ ୧ଟି ଲେଖାଏଁ ୱିକେଟ୍ ନେଇଥିଲେ । ୮୪ଟି ବଲ୍ ଖେଳି ୯ଟି ଚୌକା ସହ ୭୫ ରନ୍ କରିଥିବା ନ୍ୟୁଜିଲାଣ୍ଡର ବ୍ୟାଟର୍ ଆମି ସାଟ୍ଟେର୍ଥୱେଟଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ଭାରତ ପରବର୍ତୀ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ବିରୋଧରେ ଆସନ୍ତା ୧୨ ତାରିଖ ଖେଳିବ ।